ସରକାରଙ୍କ ପ୍ରସ୍ତାବରେ ବିଗଡିଗଲେ ଚାଷୀ ! କହିଲେ କେବଳ ତୁମେ ନୁହଁ ଆମେବି କରିପାରୁ ଜିଦ୍

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ଚାଷୀ ଓ ସରକାର ଖୁବଶୀଘ୍ର ସହମତିରେ ପହଞ୍ଚି ପାରିବେ ବୋଲି ଆଶାପୋଷଣ କରୁଥିବା ଚାଷୀ ବୁଧବାର ସରକାରଙ୍କ ପ୍ରସ୍ତାବ ପାଇବା ପରେ ବିଗଡିଯାଇଛନ୍ତି। ସରକାର ଆଇନ ପ୍ରତ୍ୟାହାର କରିବେ ନାହିଁ ବୋଲି ପ୍ରସ୍ତାବରୁ ପ୍ରମାଣିତ ହୋଇଛି। ଏଣୁ ସରକାର ଯଦି ଜିଦଖୋର ମନବୃତ୍ତି ରଖନ୍ତି ଆମେବି ଛାଡିବାର ନୁହଁ ବୋଲି ଚାଷୀ ସଫାସଫା ଶୁଣେଇ ଦେଇଛନ୍ତି।

{"id":375066,"sizeSlug":"large","linkDestination":"none"}

ସରକାର ଚାଷୀଙ୍କୁ ଆଇନରେ କିଛି ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ଚାଷୀ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ହେଲେ ଚାଷୀ ଆଇନ ସଂଶୋଧନ ଲାଗି ରାଜରାସ୍ତାରେ ଖରାତରାରେ ବସି ନାହାନ୍ତି। ଯଦି ସରକାର ଚାଷୀଙ୍କ ଲାଗି ତାଙ୍କ ମନବୃତ୍ତିରେ ପରିବର୍ତ୍ତନ ନ କରନ୍ତି ପରିସ୍ଥିତି ଜଟିଳ ହେବା ଏବେ ଏକପ୍ରକାର ନିଶ୍ଚିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ମିଳିବା ପରେ କୃଷକ ନେତା ରାଜା ରାମ ସିଂହ ଏଥିରେ ଚାଷୀଙ୍କ ଜମି ସମ୍ପର୍କିତ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ସମ୍ପର୍କରେ ପଦଟିଏ ବି ନାହିଁ। ସେହିପରି ସରକାର ଆଇନ ସହ ଆଗକୁ ବଢିବାକୁ ଚାହୁଁଥିବା ବେଳେ ରାଜ୍ୟସରକାରଙ୍କ ଚାଷୀ ସମ୍ପର୍କିତ ସମସ୍ତ କ୍ଷମତା ନିଜ ହାତରେ ରଖିବାକୁ ଚାହୁଁଥିବା କହିଛନ୍ତି।

{"id":375067,"width":580,"height":386,"sizeSlug":"large","linkDestination":"none"}

କେନ୍ଦ୍ର ଗୃହମନ୍ତ୍ରୀ ମଙ୍ଗଳବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ବୈଠକ ଯଦିଓ ବିନା କୌଣସି ନିଷ୍ପତ୍ତିରେ ଶେଷ ହୋଇଥିଲା ହେଲେ ଏଥିରୁ ନିଶ୍ଚିତ କିଛି ସଫଳତା ମିଳିବ ବୋଲି ଚାଷୀମାନେ ଆଶା କରୁଥିଲେ। କିନ୍ତୁ ସରକାର ଚାଷୀଙ୍କୁ ଲିଖିତ ପ୍ରସ୍ତାବ ପଠେଇଛନ୍ତି। ଏଥିରେ ସରକାର ଏପିଏମସି ଆଇନରେ ପରିବର୍ତ୍ତନ ଲାଗି ପ୍ରସ୍ତାବ ଦେଇଥିବା ବେଳେ ଫ୍ରିମଣ୍ଡିରେ ସମାନ ଶୁଳ୍କ ବ୍ୟବସ୍ଥା କଥା କହିଛନ୍ତି। ପୂର୍ବରୁ କିନ୍ତୁ ମଣ୍ଡି ଲାଗି କୌଣସି ଶୁଳ୍କ ବ୍ୟବସ୍ଥା ନଥିଲା।

{"id":375068,"sizeSlug":"large","linkDestination":"none"}

ସେହିପରି କୌଣସି ବିବାଦ ଉପୁଜିଲେ ଚାଷୀଙ୍କୁ କୋର୍ଟର ଶରଣାପନ୍ନ ହୋଇପାରିବେ ବୋଲି ସରକାର ପ୍ରସ୍ତାବରେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଚାଷୀଙ୍କୁ କେବଳ  ଏସଡିଏମଙ୍କ ନିକଟରେ ଅଭିଯୋଗ କରିବାର ଅଧିକାର ଥିଲା। ଫ୍ରିଟ୍ରେଡର୍ସ ଲାଗି ରେଜିଷ୍ଟ୍ରେସନ ସୁବିଧା କଥା କହିଛନ୍ତି ପୂର୍ବରୁ କେବଳ ପାନ କାର୍ଡରେ ଏହି କାମ ହୋଇଯାଉଥିଲା। ସେହିପରି କଣ୍ଟ୍ରାକ୍ଟ ଫାର୍ମିଂ ନିୟମରେ ପରିବର୍ତ୍ତନ ଓ ଚାଷୀଙ୍କୁ ନିଜ ଜମି ଅଧିକାର ସୁରକ୍ଷା ଲାଗି ଭରସା ଦେଇଛନ୍ତି। ଏହାଛଡା ଏମଏସପି ଲାଗି ଚାଷୀଙ୍କୁ ଲିଖିତ ଗ୍ୟାରେଣ୍ଟି ଦେବାକୁ ସରକାର ରାଜିଥିବା ବେଳେ  ପାଳ କୁଟା ପୋଡିବାଲାଗି ଥିବା କଟକଣା କୋହଳ କରିବାକୁ ବି କହିଛନ୍ତି। ଏହା ଛଡା ଆନ୍ଦୋଳନ ବେଳେ ଯେଉଁ କୃଷକନେତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି ସରକାର ତାହା ନିସର୍ତ୍ତ ପ୍ରତ୍ୟାହାର ଲାଗି ମଧ୍ୟ ରାଜିଥିବା ପ୍ରସ୍ତାବରେ କହିଛନ୍ତି।

{"id":375069,"sizeSlug":"large","linkDestination":"none"}

ସରକାରଙ୍କ ପ୍ରସ୍ତାବକୁ ନେଇ ସିଂଘୁ ବର୍ଡରରେ ୪୦ ଟି କୃଷକ ସଙ୍ଗଠନର ନେତା ବସି ଆଲୋଚନା ଆରମ୍ଭ କରିଛନ୍ତି। ଏଥିରେ ମଙ୍ଗଳବାର ଅମିତ ଶାହଙ୍କ ବୈଠକରେ ଯୋଗଦେଇଥିବା ୧୩ ଜଣ ନେତା ମଧ୍ୟ ଉପସ୍ଥିତ ଅଛନ୍ତି। ଏମାନଙ୍କଛଡା ଯୋଗେନ୍ଦ୍ର ଯାଦବ ଓ ମେଧା ପାଟେକର ମଧ୍ୟ ଭାଗନେଇଛନ୍ତି। ବୈଠକରେ ଯାହାବି ନିଷ୍ପତ୍ତି ହେବ ରାକେଶ ଟିକୈତ ଓ ମଞ୍ଜିତ ରାୟ ସୂଚିତ କରିବେ ବୋଲି କୃଷକ ସଙ୍ଗଠନମାନେ ସୂଚନା ଦେଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.