ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ମୁଗଲ ଗାର୍ଡେନ୍‌ର ନାଁ, ନୂଆ ନାମକରଣ କଲେ ରାଷ୍ଟ୍ରପତି

28/01/2023 at 5:01 PM

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଥିବା ମୁଗଲ ଗାର୍ଡେନ୍‌ର ନୂଆ ନାମକରଣ କଲେ କେନ୍ଦ୍ର ସରକାର। ମୁଗଲ ଗାର୍ଡେନ୍‌ର ନୂଆ ନାଁ ଅମୃତ ଗାର୍ଡେନ୍‌ କରାଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରିଥିବାରୁ ଏହାକୁ ସ୍ୱାଧୀନତାର ଅମୃତ ମହୋତ୍ସବ କୁହାଯାଉଛି। ଏହି ଦୃଷ୍ଟିରୁ ରାଷ୍ଟ୍ରପତି ଭବନରେ ମୁଗଲ ଗାର୍ଡେନକୁ ଅମୃତ ଗାର୍ଡେନ୍ ନାମରେ ନାମକରଣ କରାଯାଇଛି।

ଏହି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ନାଭିକା ଗୁପ୍ତା। ସେ କହିଛନ୍ତି “ ଦେଶକୁ ସ୍ୱାଧୀନ ହେବାର ୭୫ ବର୍ଷ ପୂରିଥିବାରୁ ଏହାକୁ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ପାଳନ କରୁଛେ। ତେଣୁ ରାଷ୍ଟ୍ରପତି ଭବନର ବଗିଚାର ନାଁକୁ ଅମୃତ ଉଦ୍ୟାନ ନାମରେ ସହଜ ନାମକରଣ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।”

ଆସନ୍ତାକାଲି(ଜାନୁଆରୀ ୨୯) ରାଷ୍ଟ୍ରପତି ମୁର୍ମୁ ଅମୃତ ଉଦ୍ୟାନର ଉଦ୍‌ଘାଟନ କରିବେ। ଏହାପରେ ଦୁଇ ମାସ ପାଇଁ ଜାନୁଆରୀ ୩୧ରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଏହି ଉଦ୍ୟାନ ସର୍ବସାଧାଣଙ୍କ ପାଇଁ ଖୋଲା ରହିବ। ସାଧାରଣତଃ ଏହି ପାର୍କ ସର୍ବସାଧାରଣଙ୍କ ପାଇଁ ଏକ ମାସ(ଫେବ୍ରୁଆରୀ-ମାର୍ଚ୍ଚ) ପର୍ଯ୍ୟନ୍ତ ଖୋଲା ରହିଥାଏ। କାରଣ ଏହି ସମୟରେ ଫୁଲ ଫୁଟିବାର ମାସ। ତେଣୁ ଏହି ମାସରେ ପାର୍କ ଖୋଲାଯାଇଥାଏ। ଏଥର କିନ୍ତୁ ଦୁଇ ମାସ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ପାର୍କ।    

କେବଳ ସେତିକି ନୁହେଁ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଏହି ବଗିଚାରେ ବ୍ୟବସ୍ଥା କରିବାକୁ ଯୋଜନା ହେଉଛି। ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ଅଲଗା ବ୍ୟବବସ୍ଥା କରିବାକୁ ଯୋଜନା କରାଯାଉଛି ବୋଲି ନାଭିକା ସୂଚନା ଦେଇଛନ୍ତି।    

   Related Posts