ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା, ବାସୁମତି ଚାଉଳ ଏବଂ ପିଆଜ ରପ୍ତାନୀ ଉପରୁ ହଟିଲା କଟକଣା

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ: କୃଷକଙ୍କ ରୋଜଗାର ବଢାଇବା ସହ ଦେଶର କୃଷି ଉତ୍ପାଦକୁ ବୈଶ୍ୱିକ ବଜାରରେ ସଶକ୍ତ କରାଇବା ପାଇଁ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବାସୁମତି ଚାଉଳ ରପ୍ତାନୀ ଉପରେ ଲାଗିଥିବା ସର୍ବନିମ୍ନ ମୂଲ୍ୟ ସୀମାକୁ ହଟାଇ ସରକାର ଚାଷୀ ଏବଂ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏହାସହ ରିଫାଇଣ୍ଡ ତେଲ ଉପରେ ଡ୍ୟୁଟି ଟ୍ୟାକ୍ସ ବଢାଇବା ଏବଂ ପିଆଜ ରପ୍ତାନୀ ଉପରେ କଟକଣା ହଟାଇବା ପରି ନିଷ୍ପତ୍ତି ନେଇ କୃଷି କ୍ଷେତ୍ରକୁ ନୂଆ ଦିଗ ଦେବାକୁ ପ୍ରୟାସ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଗାମୀ କିଛି ମାସରେ ହରିୟାଣା ସହ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ହେବ, ତେଣୁ ସରକାରଙ୍କ ନିଷ୍ପତ୍ତି ଏହି ରାଜ୍ୟର ସ୍ଥାନୀୟ ଚାଷୀଙ୍କୁ ବଡ଼ ଲାଭ ଦେଇପାରେ ।

ମୋଦୀ ସରକାର ବାସୁମତି ଚାଉଳ ରପ୍ତାନୀ ଉପରେ ଲାଗୁ କରାଯାଇଥିବା ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି) ସୀମାକୁ ହଟାଇବା ପରି ବଡ଼ ନିଷ୍ପତ୍ତି ନେଇଛନ୍ତି । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଶନିବାର ଏକ ବୟାନ ଜାରି କରି ଏହି ନିଷ୍ପତ୍ତି ବବାଦରେ ଜଣାଇଛି । ସରକାରଙ୍କ ଏହି ପଦକ୍ଷେପ ଚାଷୀଙ୍କ ଆୟ ବଢାଇବା ଉଦ୍ଦେଶ୍ୟରେ ନିଆଯାଇଛି ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଅଗଷ୍ଟରେ ବାସୁମତି ଚାଉଳ ରପ୍ତାନୀ ପାଇଁ ପ୍ରତି ମ୍ୟାଟ୍ରିକ୍ ଟନ୍ ୧୨୦୦ ଆମେରିକୀୟ ଡଲାରର ସର୍ବନିମ୍ନ ସୀମା ଧାର୍ଯ୍ୟ କରାଯାଇଥିଲା । ଏହାଦ୍ୱାରା ଘରୋଇ ଯୋଗାଣ ଏବଂ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରିବ । ଏବେ ସରକାରଙ୍କ ନିଷ୍ପତ୍ତି ପରେ ଏପିଡା (APEDA) ଏବେ ରପ୍ତାନୀ ଅନୁବନ୍ଧ ଉପରେ କଡ଼ା ନଜର ରଖିବ, ଫଳରେ ବାସୁମତି ଚାଉଳର ମୂଲ୍ୟରେ ପରାଦର୍ଶିତା ରହିବା ସହ ମୂଲ୍ୟକୁ ନିୟନ୍ତ୍ରଣରେ ରଖାଯାଇପାରିବ । ସରକାର ପିଆଜ ରପ୍ତାନୀ ଉପରେ ମଧ୍ୟ ଏମଇପି ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଚାଷୀଙ୍କୁ ସିଧା ଲାଭ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.