‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ, କହିଲେ-ବିଦେଶୀ ନିର୍ଭରତା ହ୍ରାସ ପାଇଁ MSME ସଶକ୍ତ ହେବା ଜରୁରୀ

Published By : Prameya-News7 Bureau | June 30, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜ୍ଞାନ ଭବନରେ ଉଦ୍ୟମୀ ଭାରତ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି। ଏହି ଅବସରରେ ପିଏମ ମୋଦୀ 'ରାଇଜିଂ ଆଣ୍ଡ ଏକ୍ସେଲରେଟିଂ ଏମଏସଏମଇ ପରଫର୍ମେନ୍ସ' ଯୋଜନା, ପ୍ରଥମ ଥର 'ଏମଏସଏମଇ ଏକ୍ସପୋର୍ଟର୍ସର କ୍ଷମତା ନିର୍ମାଣ' ଯୋଜନା ଏବଂ 'ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ' କାର୍ଯ୍ୟକ୍ରମର ଅନେକ ନୂଆ ସୁବିଧାର ଶୁଭାରମ୍ଭ କରିଛନ୍ତି।

ପିଏମ ମୋଦୀ ଏହି କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ୱୋଧିତ କରି କହିଛନ୍ତି, ଭାରତର ରପ୍ତାନୀ କ୍ଷମତା ବୃଦ୍ଧି ପାଇଛି। ଭାରତର ଉତ୍ପାଦ ନୂଆ ବଜାରରେ ପହଞ୍ଚିବା ପାଇଁ ଏମଏସଏମଇ ସେକ୍ଟର ସଶକ୍ତ ହେବା ଅଧିକ ଜରୁରୀ । କେନ୍ଦ୍ର ସରକାର ଆପଣଙ୍କ ଏହି ସାମର୍ଥ୍ୟ, ଏହି ସେକ୍ଟରର ଅସୀମ ସମ୍ଭାବନାକୁ ନଜରରେ ରଖି ଅନେକ ନିଷ୍ପତ୍ତି ନେଉଛନ୍ତି, ନୂଆ ନୀତି ପ୍ରସ୍ତୁତ କରୁଛନ୍ତି ।

ପିଏମ ମୋଦୀ କହିଛନ୍ତି,  ସ୍ଥାନୀୟ ଉତ୍ପାଦ ଗୁଡିକୁ ଆମେ ଗ୍ଲୋବାଲ କରିବାର ସଂକଳ୍ପ ନେଇଛୁ । ମେକ୍ ଇନ୍ ଇଣ୍ଡିଆ ପାଇଁ ସ୍ଥାନୀୟ ଯୋଗାଣ ଶୃଙ୍ଖଳା କରିବାକୁ ପ୍ରସାୟ କରାଯାଉଛି । ଯାହାଫଳରେ ଭାରତର ବିଦେଶୀ ନିର୍ଭରତା ହ୍ରାସ ପାଇବ। ଏଥିପାଇଁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସେକ୍ଟରର ବିସ୍ତାର ପାଇଁ ଅଦ୍ଭୂତପୂର୍ବ ବଳ ଦିଆଯାଉଛି । ଏମଏସଏମଇ ସେକ୍ଟର ଅଧିକ ମଜବୁତ କରିବା ପାଇଁ ଗତ ୮ ବର୍ଷରେ କେନ୍ଦ୍ର ସରକାର ବଜେଟରେ ୬୫୦ ପ୍ରତିଶତ ଅଧିକ ବଢାଇଛନ୍ତି । ଏଠାରେ ଏମଏସଏମଇର ଅର୍ଥ, Maximum Support to Micro Small and Medium Enterprises ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

wp:html /wp:html

ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି ଭାରତ ଆଜି ୧୦୦ ଟଙ୍କା ଆୟ କରୁଛି ତେବେ ଏଥିରେ ୩୦ ଟଙ୍କା ଏମଏସଏମଇ ସେକ୍ଟରରୁ ଆସୁଛି। ଏମଏସଏମଇ ସେକ୍ଟରକୁ ଅଧିକ ମଜବୁତ କରିବା ଅର୍ଥ ସମାଜକୁ ସଶକ୍ତ କରିବା। ବିକାଶର ଲାଭରେ ସମସ୍ତଙ୍କୁ ଭାଗିଦାରୀ କରିବା ଆମର ଲକ୍ଷ୍ୟ ବୋଲି  ପ୍ରଧାନମନ୍ତ୍ରୀ ମୋଦୀ। ଏଥିପାଇଁ ଏମଏସଏମଇ ଆଜିର ମାଇକ୍ରୋ ଇକୋନମୀକୁ ମଜବୁତ କରିବା ପାଇଁ ଜରୁରୀ। ଆଜି ଭାରତ ଯେତେ ପରିମାଣରେ ରପ୍ତାନୀ କରୁଛି, ଏଥିରେ ସବୁଠୁ ବଡ ଯୋଗଦାନ ଏମଏସଏମଇ ସେକ୍ଟର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.