ଗାଁ ଗାଁରେ ଖୋଲିବ ସିନେମା ହଲ୍, ସରକାର କରୁଛନ୍ତି ଏହି ପ୍ରୟାସ
5/12/2022 at 10:39 PM

ନୂଆଦିଲ୍ଲୀ, ୫/୧୨: ମୋଦୀ ସରକାର ଗ୍ରାମୀଣ ଲୋକଙ୍କୁ ଏକ ଭଲ ଉପହାର ଦେବାକୁ ଯାଉଛନ୍ତି। ସରକାର ଦେଶରେ ଗାଁ ଗାଁରେ ସିନେମା ହଲ୍ ତିଆରି କରିବାକୁ ପ୍ରସ୍ତୁତି କରୁଛନ୍ତି। କହିପାରିବା ଖୁବଶୀଘ୍ର ଗ୍ରାମୀଣ ଲୋକମାନେ ଫିଲ୍ମର ଆନନ୍ଦ ନେଇପାରିବେ। କୁହାଯାଉଛି ୨୦୨୩ ଶେଷ ସୁଦ୍ଧା ୧୫୦୦ ଗ୍ରାମରେ ସିନେମା ହଲ୍ ନିର୍ମାଣ କରାଯିବ। ଏହା ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଏକ ବିଶେଷ ପ୍ରୟାସ।
ଗାଁ ଗାଁ ରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ସରକାର ଜନସେବା କେନ୍ଦ୍ର (ସିଏସସି) ଖୋଲିଛନ୍ତି। ଏହି ସିଏସସି ’ଅକ୍ଟୋବର ସିନେମାଜ୍’ ସହ ଗାଁ ଗାଁରେ ଫିଲ୍ମ ହଲ୍ ଖୋଲିବା ପାଇଁ ଏମଓୟୁ ସ୍ବାକ୍ଷରିତ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ୨୦୨୩ ସୁଦ୍ଦା ୫୦୦ ଫିଲ୍ମ ହଲ୍ କାର୍ଯ୍ୟକ୍ଷମ ହୋଇଯିବ।
ସେହିଭଳି ରିପୋର୍ଟ ଅନୁଯାୟୀ, ସିଏସି ଏବଂ ଅକ୍ଟୋବର ସିନେମା ୨୦୨୪ ପର୍ଯ୍ୟନ୍ତ ୧୦ ହଜାର ସିନେମା ହଲ୍ ଖୋଲିବ। ଏଥିରୁ ୧୫୦୦ ସିନେମା ହଲ୍ ୨୦୨୩ ଶେଷ ସୁଦ୍ଧା କାମ କରିବ। ଗାଁ ରେ ଖୋଲିବାକୁ ଯାଉଥିବା ସିନେମା ହଲରେ ୧୦୦ ରୁ ୨୦୦ ଲୋକଙ୍କ ବସିବା ଭଳି କ୍ଷମତା ରହିବ।
ନିକଟରେ ଜମ୍ମୁ-କାଶ୍ମୀରରେ ସ୍ଥାନୀୟ ପ୍ରଶାସନ ପୁଣିଥରେ ସିନେମା ହଲ୍ ଖୋଲିବା କାମ କରିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ସେପ୍ଟେମ୍ବର ମାସରେ ଏଭଳି ଏକ ସିନେମାହଲର ଉଦଘାଟନ କରିଥିଲେ।