LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଣି ବଢିଲା କରୋନା ବିପଦ ! ଏପ୍ରିଲ ୧୦-୧୧ରେ ରାଷ୍ଟ୍ରବ୍ୟାପୀ ମକ ଡ୍ରିଲ୍

25/03/2023 at 6:37 PM

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଏବଂ ଏନଫ୍ଲୁଏଞ୍ଜା ମାମଲା ବଢିବାରେ ଲାଗିଛି । ଏହାରି ଭିତରେ ସରକାର ହସ୍ପିଟାଲଗୁଡିକ କେତେ ପ୍ରସ୍ତୁତ ଅଛନ୍ତି ତାହା ଜାଣିବା ପାଇଁ ଏପ୍ରିଲ ୧୦ ଏବଂ ୧୧ରେ ରାଷ୍ଟ୍ରବ୍ୟାପୀ ମକ ଡ୍ରିଲ୍ ପାଇଁ ଯୋଜନା କରୁଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି ।

ଏଥିରେ କୁହାଯାଉଛି ଯେ ଦେଶର ସମସ୍ତ ଜିଲ୍ଲାରେ ସାର୍ବଜନୀନ ଏବଂ ଘରୋଇ ଉଭୟ କ୍ଷେତ୍ରର ହସ୍ପିଟାଲରେ ଏହି ମକ ଡ୍ରିଲରେ ସାମିଲ ହେବେ । ଏହି ମକ ଡ୍ରିଲରେ ହସ୍ପିଟାଲ ଏବଂ ଏଥିରେ ଶଯ୍ୟା ସଂଖ୍ୟା, ଚିକିତ୍ସା ଉପକରଣ ଏବଂ ଚିକିତ୍ସା ଅକ୍ସିଜେନର ଉପଲବ୍ଧତାର ଯାଞ୍ଚ କରାଯିବ । ଏହାସହ ଏଥିରେ କୁହାଯାଇଛି ଯେ ମାର୍ଚ୍ଚ ୨୭ରେ ହେବାକୁ ଥିବା ଭର୍ଚୁଆଲ ବୈଠକରେ ମକ ଡ୍ରିଲ ଉପରେ ସଠିକ୍ ବିବରଣୀ ରାଜ୍ୟ ସରକାରଗୁଡିକୁ ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର ଦ୍ୱାରା ଶନିବାର ଜାରି ଏକ ମିଳିତ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଗତ କିଛି ସପ୍ତାହରେ କିଛି ରାଜ୍ୟରେ କରୋନା ଟେଷ୍ଟିଂରେ ହ୍ରାସ ଘଟିଛି । ଏହାସହ ଡବ୍ଲୁଏଚଓ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ତୁଳନାରେ ବର୍ତ୍ତମାନର ପରୀକ୍ଷଣ ପର୍ଯ୍ୟାପ୍ତ ନୁହେଁ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ଡା.ରାଜୀବ ବହଲଙ୍କ ଦ୍ୱାରା ଜାରି ଆଡଭାଇଜରୀରେ ଏହା ମଧ୍ୟ କୁହାଯାଉଛି ଯେ ଫେବ୍ରୁଆରୀ ମଧ୍ୟରୁ ଦେଶରେ କରୋନା ମାମଲାରେ ନିରନ୍ତର ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଦେଶରେ ଅଧିକାଂଶ କରୋନା ମାମଲା କେରଳ (୨୬.୪ ପ୍ରତିଶତ), ମହାରାଷ୍ଟ୍ର (୨୧.୭ ପ୍ରତିଶତ), ଗୁଜରାଟ (୧୩.୯ ପ୍ରତିଶତ), କର୍ଣ୍ଣାଟକ (୮.୬ ପ୍ରତିଶତ) ଏବଂ ତାମିଲନାଡୁ (୬.୩ ପ୍ରତିଶତ) ଚିହ୍ନଟ ହେଉଛି ।

   Related Posts