ପିଆଜ ଓ ଆଳୁ ପାଇଁ ଭାବିଲେ ସରକାର… ବ୍ୟବସାୟୀଙ୍କ ମହଜୁଦ ଉପରେ ଲାଗିଲା କଟକଣା, ତଥାପି ଯୋଗାଣ ବିଭାଗର ଦମ୍ ଉପରେ ପ୍ରଶ୍ନ

Published By : Prameya-News7 Bureau | December 27, 2019 IST

ଭୁବନେଶ୍ବର ୨୭। ୧୨: ପିଆଜ କନ୍ଦାଇଲା,  ତାପରେ ହନ୍ତସନ୍ତ କଲାଣି ଆଳୁ । ଖାଉଟିଙ୍କ  ଢେର ବିକଳ ଅବସ୍ଥା ପରେ ଏବେ ସରକାର ଶକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି । ଦରବୃଦ୍ଧି  ଉପରେ ବ୍ରେକ୍‌ ଲଗାଇବାକୁ ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲାଗିବ । ନିର୍ଦ୍ଧାରିତ ପରିମାଣଠୁ ଅଧିକ ଆଳୁ-ପିଆଜ ଗଚ୍ଛିତ ରଖିପାରିବେନି ବ୍ୟବସାୟୀ । ଆକ୍ସନ ମୋଡକୁ ଆସିଛି ଯୋଗାଣ ବିଭାଗ। ତଥାପି ଦର ଯେ,ଶିଘ୍ର ଖସିବ ସେ ଆଶା ଦାନା ବାନ୍ଧୁନି।

{"id":203468,"sizeSlug":"large"}

  ଏବେ ଯୋଗାଣ ବିଭାଗର ସ୍କାନରରେ କଳାବଜାରୀ। ଜିଲ୍ଲାପାଳମାନଙ୍କୁ ସଂଶୋଧିତ ଷ୍ଟୋରେଜ ନିୟମ ଦେଇ ଚଢ଼ଉ ପାଇଁ ନିର୍ଦ୍ଦେଶ ଜାରିକରିଛି ଯୋଗାଣ  ବିଭାଗ।  ପିଆଜ ଓ ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ନିଷ୍ପତ୍ତି ପରେ ଯୋଗାଣ ବିଭାଗ ଏହି ପଦକ୍ଷେପ ନେଇଛି।  ରାଜଧାନୀର  ୟୁନିଟ -୧,  ୟୁନିଟ୪  ମାର୍କେଟରେ ଚଢାଉ କରିଛି ଯୋଗାଣ ବିଭାଗର ଇଣ୍ଟେଲିଜେନ୍ସ ଟିମ୍। ଯୋଗାଣ ବିଭାଗର  ସଂଶୋଧିତ  ଷ୍ଟୋରେଜ ନିୟମ ମୁତାବକ ଭୁବନେଶ୍ବରରେ  ଜଣେ ହୋଲସେଲର ୧ହଜାର କ୍ବିଣ୍ଟାଲ ଆଳୁ ଓ ୨୫୦ କ୍ବିଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଆଦି ସହରରେ ହୋଲ୍‌ସେଲରମାନେ ୫ ଶହ କ୍ବିଣ୍ଟାଲ ଆଳୁ  ଏବଂ  ୨୫୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ପିଆଜ ମହଜୁଦ କରି ରଖି ପାରିବେ।  ତେବେ ସରକାର ଙ୍କ ଏହି  ନିଷ୍ପତ୍ତିକୁବିରୋଧ କରିଛି ଓଡିଶା ବ୍ୟବସାୟୀ ମହାସଂଘ।  ଏହା ଦ୍ବାରା‌ ବ୍ୟବସାୟୀ ମାନଙ୍କୁ ଅତିରିକ୍ତି ପରିବହନ ବୋଝ ପଡିବ  ବୋଲି କହିଛନ୍ତି  ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।

{"id":203469,"sizeSlug":"large"}

 ସେହିପରି ଯୋଗାଣ ବିଭାଗର ନିୟମ ଅନୁଯାୟୀ, ରାଜ୍ୟ ଅନ୍ୟ ସ୍ଥାନରେ ହୋଲସେଲର ମାନେ ୩ଶହ କ୍ୟୁଣ୍ଟାଲ ଆଳୁ, ୧୫୦ କ୍ବିଣ୍ଟାଲ ପିଆଜ ରଖିପାରିବେ। ତେବେ ଏହି ୪ ସହରରେ ଖୁଚୁରା ବେପାରୀ ୪୦ କ୍ବିଣ୍ଟାଲ ଆଳୁ, ୨୦ କ୍ବିଣ୍ଟାଲ ପିଆଜ ରଖିପାରିବେ। ଅନ୍ୟ ସ୍ଥାନରେ ଖୁଚୁରା ବେପାରୀ ୧୫ କ୍ବିଣ୍ଟାଲ ଆଳୁ, ୮ କ୍ବିଣ୍ଟାଲ ପିଆଜ ରଖିପାରିବେ। ତେବେ ଦୀର୍ଘ ଦିନି ଧରି ପିଆଜ ଦର ଗ୍ରାହକଙ୍କୁ ବେଶ ବାଧୁଛି।  କିଲେ  କି ଦୁଇ କିଲୋ   ସ୍ଥାନରେ  ୨୫୦ଗ୍ରାମ ପିଆଜ ନେଇ  ଚଳିବାକୁ ପଡୁଛି।     ପିଆଜ ଦର ଖୁଚୁରା ବଜାରରେ କିଲେ ପ୍ରତି ୧୨୦ ଟଙ୍କା ରହିଛି।   ଆଳୁ କିଲୋକୁ ଦର ୨୦ରୁ ୨୫ଏବଂ କିଛି ସ୍ଥାନରେ ୨୬  ଟଙ୍କାରେ ପହଞ୍ଚି ଥିବାରୁ  ଗ୍ରାହକଙ୍କୁ ବେଶ୍ ବାଧୁଛି । ଏବେ ସରକାରଙ୍କ ଚଢାଉ ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ସଠିକ ଢଙ୍ଗରେ ଲାଗିଲେ, ହୁଏତ ଖାଉଟିଙ୍କ କଷ୍ଟ କମିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.