ଯାଞ୍ଚ ହେବ ବାୟଜୁର ଆକାଉଣ୍ଟ, ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 11, 2023 IST

ନୂଆଦିଲ୍ଲୀ: ଏଡୁଟେକ୍ ୟୁନିକର୍ଣ୍ଣ ବାୟଜୁର ଆକାଉଣ୍ଟ ଯାଞ୍ଚ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସରେ କମ୍ପାନିର ଅଡିଟର ଏବଂ ତିନି ବୋର୍ଡ ସଦସ୍ୟ ଇସ୍ତଫା ଦେଇଥିଲେ । ଏନଡିଟିଭି ପ୍ରକାଶ କରିଥିବା ନିଜର ଏକ ରିପୋର୍ଟରେ ଏହା କହିଛି । କର୍ପୋରେଟ୍ ମାମଲାର ମନ୍ତ୍ରାଳୟ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଛି ।

କମ୍ପାନିର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରେ ଏବଂ ତଦନ୍ତର ପରିଣାମ ଆଧାରରେ ସରକାର ମାମଲାର ତଦନ୍ତକୁ କାର୍ଯ୍ୟାଳୟକୁ ନେବେ ନାଁ ନାହିଁ ତାହା ସ୍ଥିର କରିବେ । ସରକାରଙ୍କ ଏହି ତଦନ୍ତ ନିର୍ଦ୍ଦେଶ ବାୟଜୁ ପାଇଁ ଆଉ ଏକ ମୁଣ୍ଡବ୍ୟଥାର କାରଣ ପାଲଟିବ । ପୂର୍ବରୁ କମ୍ପାନି ବହୁ ସଂକଟ ଦେଇ ଗତି କରୁଛି । କମ୍ପାନିର ମୂଲ୍ୟ ଶେଷ ରାଉଣ୍ଡ ଫଣ୍ଡିଂ ଉଠାଣ ବେଳେ ୨୨ ବିଲିୟନ ଡଲାର ଥିଲା । କିନ୍ତୁ ନିଜ ଋଣ ବୁଝାମଣାର କିଛି ସର୍ତ୍ତ ଉଲ୍ଲଂଘନ କରିବା ପରେ ନିଜର ୧.୨ ବିଲିୟନ ଡଲାରର ଟର୍ମ ଲୋନଙ୍କୁ ପୁନର୍ଗଠନ ପାଇଁ ପୁଣି ଥରେ ଆଲୋଚନା ଆରମ୍ଭ କରିଛି ।

ପଢନ୍ତୁ: ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଆସିବ ସୁବର୍ଣ୍ଣ ସମୟ, ଆମେରିକାକୁ ପଛରେ ପକାଇ ଭାରତ ହେବ ଦ୍ବିତୀୟ ବଡ଼ ଅର୍ଥନୀତି

ଏକଦା ଭାରତର ସବୁଠୁ ସଫଳ ଷ୍ଟାର୍ଟଅପ୍ ମଧ୍ୟରୁ ଗୋଟିଏ ଥିବା ବାୟୁଜ ଏବେ ହଜାର ହଜାର ଲୋକଙ୍କୁ ଚାକିରିରୁ ବାହାର କରିସାରିଲାଣି । ଆର୍ଥିକ ସଂକଟରୁ ବାହାରିବା ପାଇଁ କମ୍ପାନି ଏକ ବିଲିୟନ ଡଲାରରୁ ଅଧିକ ଟଙ୍କା ଏକାଠି କରିବା ପାଇଁ ଉଦ୍ୟମ କରୁଛି ।

Also Read: ସେମିକଣ୍ଡକ୍ଟର ନିର୍ମାଣ ଯୋଜନାକୁ ଝଟକା ! ବେଦାନ୍ତ ସହ ବୁଝାମଣା ରଦ୍ଦ କଲା ଫକ୍ସକନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.