ମୁମ୍ବାଇ କ୍ରୁସ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ କ୍ଲିନ ଚିଟ୍: ଖରାପ ତଦନ୍ତ ପାଇଁ ସମୀର ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ !

Published By : Prameya-News7 Bureau | May 27, 2022 IST

ମୁମ୍ବାଇ: ମୁମ୍ବାଇ କୋର୍ଡେଲିଆ କ୍ରୁସ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନ୍‌ସିବି କ୍ଲିନ୍ ଚିଟ୍ ଦେବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ବିପଦ ଘନେଇଛି। ମାମଲାରେ ଅତି ନିମ୍ନ ସ୍ତରର ତଦନ୍ତ କରିବା ଅଭିଯୋଗରେ ସମୀର ୱାଙ୍ଖଡ଼େ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନକଲି ଜାତିଗତ ପ୍ରମାଣ ଦେଇଥିବାରୁ ସୀମରଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲ୍ଲୀକ ପ୍ରଥମେ ସମୀରଙ୍କର ଏଭଳି କେଳେଙ୍କାରୀକୁ ଲୋକଲୋଚନକୁ ଆଣିଥିଲେ। ବର୍ତ୍ତମାନ ନାୱାବ ମଧ୍ୟ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି।

ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ନାର୍ଟୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କ୍ଲିନ ଚିଟ୍ ଦେବା ପରେ ସାମ୍ବାଦିକଙ୍କ ପ୍ରଶ୍ନର କିଛି ଉତ୍ତର ଦେଇ ନଥିଲେ ପୂର୍ବତନ ତଦନ୍ତକାରୀ ଅଫିସର ସମୀର ୱାଙ୍ଖଡେ। ଖାଲି ସରି କହି ଚାଲିଯାଇଥିଲେ। ସୂଚନା ଥାଉକି, ତତ୍କାଳୀନ ମୁମ୍ବାଇ ଜୋନର ପ୍ରମୁଖ ସମୀରଙ୍କ ନେତୃତ୍ଵରେ ଏକ ଏନସିବି ଦଳ କାର୍ଡେଲିଆ କ୍ରୁଜରେ ଚଢାଉ କରିଥିଲେ। ସେହି ସମୟରେ ରାତି ୨ଟା ବେଳକୁ ଏକ ଡ୍ରଗ ପାର୍ଟି ଚାଲିଥିଲା। ଆର୍ୟନ ଏବଂ ତାଙ୍କ ବନ୍ଧୁଙ୍କ ସହ ଆଉ କିଛି ଜଣଙ୍କୁ ନିଶା ଦ୍ରବ୍ୟ ଚାଲାଣ ଏବଂ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.