୨୦୧୫ ମସିହାରୁ ଆବାସିକ ବିଦ୍ୟାଳୟର କିଶୋରୀଙ୍କ ନିୟମିତ ଗର୍ଭ ପରୀକ୍ଷା ପାଇଁ ସରକାର ଦେଇଥିଲେ ନିର୍ଦେଶ, କାହିଁକି ହେଉନଥିଲା ପାଳନ, ଉଠିଲା ପ୍ରଶ୍ନବାଚୀ

Published By : Prameya-News7 Bureau | January 15, 2019 IST

ଭୁବନେଶ୍ୱର ୧୫/୧ : ଆବାସିକ ବିଦ୍ୟାଳୟରେ ପଢ଼ୁଥିବା କିଶୋରୀମାନଙ୍କର ନିୟମିତ ଗର୍ଭ ପରୀକ୍ଷା କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ତାହା କାହିଁକି କାର୍ଯ୍ୟକାରୀ ହେଉନଥିଲା ସେନେଇ ପ୍ରଶ୍ନ ଉଠିଛି | ଆବାସିକ ବିଦ୍ୟାଳୟଗୁଡିକରେ ଛାତ୍ରୀମାନେ ଗର୍ଭବତୀ ହେବା ଘଟଣା ବାରମ୍ବାର ନଜରକୁ ଆସିବ ଯୋଗୁଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ୨୦୧୫ ମସିହା ମାର୍ଚ୍ଚ ୩୦ ତାରିଖରେ ଏଭଳି ନିଷ୍ପତ୍ତି ନେଇଥିଲେ | ଏଥିପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କଡା ନିର୍ଦେଶ ଦିଆଯିବା ସହ ଏଏନଏମ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ଲାଗି କୁହାଯାଇଥିଲା |

{"id":74377}

କେବଳ ଛାତ୍ରୀମାନଙ୍କ ଗର୍ଭ ପରୀକ୍ଷା ନୁହେଁ ଏଥିସହ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ନିୟମିତ କରିବା ପାଇଁ ତତ୍କାଳୀନ ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ | କିନ୍ତୁ ଏହି କାର୍ଯ୍ୟ ଠିକ ଭାବେ ନହେବା ଯୋଗୁଁ ଦାରିଂବାଡ଼ିରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ପାଇଖାନା ଗୃହରେ ସନ୍ତାନ ପ୍ରସବ କରିଥିଲେ | ଏହି ଘଟଣାକୁ ନେଇ ଏବେ ସମଗ୍ର ରାଜ୍ୟ ପଡୁଛି ଉଠୁଛି | ବିରୋଧୀ ଦଳମାନେ ସରକାରଙ୍କୁ ଘେରିଛନ୍ତି | ସେପଟେ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ରିପୋର୍ଟ ମାଗିଛନ୍ତି | ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଗ୍ରୀନବାଡ଼ି ଆବାସିକ ବିଦ୍ୟାଳୟର କିଛି କର୍ମଚାରୀଙ୍କୁ ବହିଷ୍କାର କରିବା ସହ କିଛି କର୍ମଚାରୀଙ୍କୁ ନିଲମ୍ବିତ କରି ନିଜ କାମ ସାରିଦେଇଥିଲା |

{"id":74378}


କେବଳ ଲୋକଙ୍କୁ ଦେଖାଇବା ପାଇଁ ସବୁ ଆବାସିକ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିବ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ | କିନ୍ତୁ ୨୦୧୫ ମସିହାରେ ସରକାରଙ୍କ ନିର୍ଦେଶ ଯେତେବେଳେ ପାଳନ ହୋଇନାହିଁ ଏହି ସିସିଟିଭି ଲଗେଇବା କାମ ବି କେତେଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.