ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଓଲା, ଉବେର ଜବତ ଲାଗି କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ, ସର୍ଭିସ ବନ୍ଦ ଲାଗି ନୋଟିସ୍ ସତ୍ତ୍ୱେ ରାଜ୍ୟରେ ଚାଲୁଛି ଅଟୋ ରିକ୍ସା

8/10/2022 at 8:26 PM

ବେଙ୍ଗାଲୁରୁ ୮।୧୦: ଓଲା, ଉବେର ଓ ରାପିଡୋ କମ୍ପାନୀମାନଙ୍କ ଅଟୋ ରିକ୍ସା ସଞ୍ଚାଳନ ଉପରେ ରୋକ ପରେ ମଧ୍ୟ ସେମାନେ ମନମାନି କରୁଥିବାରୁ କର୍ଣ୍ଣାଟକ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ପରିବହନ ମନ୍ତ୍ରୀ ବି.ଶ୍ରୀରାମୁଲୁ ଶନିବାର ଓଲା ଏବଂ ଉବେର ଅଟୋଙ୍କୁ ଦେଖିବାମାତ୍ରେ ଜବତ କରିବା ପାଇଁ ଅଧିକାରୀମାନଙ୍କୁ ଆଦେଶ ଦିଆଯାଇଥିବା କହିଛନ୍ତି। ଏଗ୍ରିଗେଟର କମ୍ପାନୀ ଓଲା,ଉବେର ଓ ରାପିଡୋଙ୍କ ବିରୋଧରେ ନିୟମିତ ଅଭିଯୋଗ ମିଳୁଥିଲା ବୋଲି ଶ୍ରୀରାମୁଲୁ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ସରକାରଙ୍କ ଦ୍ୱାରା ଅଟୋ ରିକ୍ସା ଭଡା ଧାର୍ଯ୍ୟ କରାଯାଇଛି। ଏହା ବାଦେ ଏଗ୍ରିଗେଟର କମ୍ପାନୀଙ୍କ ଅଟୋ ରିକ୍ସାମାନେ ଯାତ୍ରୀଙ୍କ ଠାରୁ ମନଇଛା ଭଡା ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା। ଏଣୁ ରାଜ୍ୟ ସରକାର ୩ ଦିନ ମଧ୍ୟରେ ରାଜ୍ୟରେ ଓଲା, ଉବେର ଓ ରାପିଡୋ ସେବା ବନ୍ଦ କରିବା ଲାଗି ଶୁକ୍ରବାର ନୋଟିସ ଜାରି କରିଥିଲେ। ବେଙ୍ଗାଲୁରରେ ଲୋକେ ଓଲା, ଉବେର ଏଗ୍ରିଗେଟର କମ୍ପାନୀଙ୍କ ଉପରେ ଦୁଇ କିଲୋମିଟରରୁ କମ ଦୂରତାରେ ଯାତ୍ରା ଲାଗି ଅଧିକ ଭଡ଼ା ନେଉଥିବାର ଅଭିଯୋଗ କରିଥିଲେ।

ପରିବହନ ବିଭାଗକୁ ମିଳିଥିବା ଅଭିଯୋଗ ଅନୁସାରେ ଓଲା, ଉବେର ଏଗ୍ରିଗେଟର ୨ କିଲୋମିଟରରୁ କମ ଦୂରତାର ଭଡା ମଧ୍ୟ ୧୦୦ ଟଙ୍କା ଆଦାୟ କରୁଥିଲେ। ତେବେ ଏକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଭଡ଼ା ୨ କିଲୋମିଟର ଲାଗି ୩୦ଟଙ୍କା ରହିଛି। ତେବେ ୨ କିଲୋମିଟର ବାଦେ ପ୍ରତି କିଲୋମିଟର ଲାଗି ଭଡ଼ା ୧୫ ଟଙ୍କା ଧାର୍ଯ୍ୟ ହୋଇଛି। ତେବେ ଓଲା, ଉବେର ଓ ଆପ ଆଧାରିତ ଅନ୍ୟ ଏଗ୍ରିଗେଟର ନିୟମ ପାଳନ କରୁନଥିଲେ।

ଏହା ଛଡା ରାଜ୍ୟରେ ଅନ ଡିମାଣ୍ଡ ଟ୍ରାନ୍ସପୋର୍ଟ ଟେକ୍ନୋଲଜି ଏଗ୍ରିଗେଟର ନିୟମଏହି କମ୍ପାନୀମାନଙ୍କୁ ଅଟୋ ରିକ୍ସା ସେବା ଦେବା ଲାଗି ଅନୁମତି ଦେଇ ନାହାନ୍ତି। ଏହି କମ୍ପାନୀମାନଙ୍କର କେବଳ ଟ୍ୟାକ୍ସି ଚଳାଇବାର ଅନୁମତି ଅଛି। କମ୍ପାନୀମାନେ ନିୟମ ଉଲ୍ଲଂଘନ କରୁଥିବା ବେଳେ ଗ୍ରାହକଙ୍କୁ ମଧ୍ୟ ଶୋଷଣ କରୁଛନ୍ତି। ସରକାରଙ୍କ ଆଦେଶ ଉଲ୍ଲଂଘନ ଲାଗି କମ୍ପାନୀମାନଙ୍କୁ ୩ ଦିନରେ ସବୁ ଅଟୋ ସର୍ଭିସ ବନ୍ଦ କରିବା ଲାଗି ଶୁକ୍ରବାର ନୋଟିସ ଦିଆଯାଇଥିଲା। ତେବେ ସେମାନେ ଆଦେଶ ପାଳନ କରୁନଥିବାରୁ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କର୍ଣ୍ଣାଟକ ପରିବହନ କମିଶନର ଟି.ଏଚ.ଏମ. କୁମାର କହିଛନ୍ତି।

   Related Posts