ଦିଲ୍ଲୀ ଆକାଶରେ କ୍ଷେପଣାସ୍ତ୍ର କବଚ , ଫେଲ୍‌ ମାରିବ ଶତ୍ରୁ ଆକ୍ରମଣ : ଆମେରିକାରୁ କିଣାଯିବ ଏୟାର ଡିଫେନ୍ସ ସିଷ୍ଟମ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୦୨: ଦେଶର ରାଜଧାନୀ ଦିଲ୍ଲୀରୁ ସୁରକ୍ଷିତ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ ହୋଇଛି । ବହୁ ସମୟରେ ଆମ ପଡୋଶୀ ଦେଶମାନେ ଦିଲ୍ଲୀରେ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ କରିବାକୁ ବାରମ୍ବାର ଧମକ ଦେଇଥାନ୍ତି । ତେବେ ଧମକ ଦେଉଥିବା ଦେଶ ବା ବ୍ୟକ୍ତିମାନ ଜାଣିବାକୁ ପଡିବ ଯେ, ଭାରତ ଏବେ ଦେଶର ରାଜଦାନୀକୁ ସୁରକ୍ଷିତ କରିବା ପାଇଁ ନୂତନ ଡିପେନ୍ସ ସିଷ୍ଟମ ଆଣିବାକୁ ଯାଉଛି । ଯାହା ଦିଲ୍ଲୀର ଆକାଶରେ ଉଡୁଥିବା ବା ଆକ୍ରମଣ କରାଯାଉଥିବା ମିସାଇଲକୁ ଧଂସ କରିବା ସହ ଆକ୍ରମଣ କରିପାରିବ । ବର୍ତ୍ତମାନ ଦିଲ୍ଲୀକୁ ରକ୍ଷାକବଚ ମିଳିଯିବ ବୋଲି କୁହାଯାଉଛି ।

{"id":223286,"sizeSlug":"large"}

ଭାରତ ସରକାର ଦିଲ୍ଲୀକୁ ସୁରକ୍ଷିତ ରଖିବାକୁ ନୂତନ ଏୟାର ଡିଫେନ୍ସ ସିଷ୍ଟମ ଆଣିବାକୁ ଯାଉଛନ୍ତି ।   ଏୟାର ଡିଫେନ୍ସ ସିଷ୍ଟମ (IADWS) ମୁତୟନ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି । ଭାରତ ସରକାର ଆମେରିକା ଠାରୁ ଏହି ଏୟାର ସିଷ୍ଟମ କ୍ରୟ କରିବ । ମେକ୍ ଇନ୍‌ ଇଣ୍ଡିଆ ପ୍ରୋଜେକ୍ଟରେ ଏହା ଭାରତରେ ନିର୍ମାଣ ହେବ । ଏବଂ ଏଥିରେ ଆକାଶ ମିସାଇଲକୁ ମୁତୟନ କରାଯିବ ।  

{"id":223287,"sizeSlug":"large"}

ଭାରତ ସରକାର ଆମେରିକା ଠାରୁ ୧୩,୨୫୪କୋଟି ଟଙ୍କର ଡିଲ୍ କରିବ । ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ବେନେସ ସିଷ୍ଟମ (IADWS)କୁ ନ୍ୟାସନାଲ୍‌ ଆଡଭାନ୍ସ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ୍‌-୨ (NASAMS-2)ବି କୁହାଯାଉଛି । ଭାରତର ଆକାଶ ମିସାଇଲ ଆକାଶରେ ସୁରକ୍ଷା କବଚ ଭାବେ ନିର୍ମାଣ କରାଯାଉଛି ।

{"id":223288,"sizeSlug":"large"}

ଆମେରିକାକୁ ଆସିବାକୁ ଥିବା (NASAMS-2) ମିସ୍ ସିଷ୍ଟମ , ରୁଷର S-400 (ମିସାଇଲ ସିଷ୍ଟମ) ଓ ଇସ୍ରାଇଲର ମିସାଇଲ ସିଷ୍ଟମ ସହିତ  ମୁତୟନ କରାଯିବ । ଦିଲ୍ଲୀର ଚାରିପଟେ ତୃତୀୟ ସ୍ତରୀୟ ଆକାଶରେ ସୁରକ୍ଷା ବ୍ୟବସ୍ଥା କରାଯିବ । ଏହାସହିତ ସ୍ବଦେଶରେ ନିର୍ମାଣ ହେଉଥିବା ମିସାଇଲ ଆକାଶରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯିବ ।

{"id":223289,"sizeSlug":"large"}

ଆକାଶରେ ଏହି ସୁରକ୍ଷା କବଡ ରାଜଧାନୀ ଦିଲ୍ଲୀକୁ ଡ୍ରୋନ, ମିସାଇଲ ଓ ଆକାଶପଥରେ ଆକ୍ରମଣରୁ ରକ୍ଷା କରିବ ।  ତେବେ ଡିଲ୍‌ ହେବାର ୨-୪ବର୍ଷ ମଧ୍ୟରେ NASAMS-2 ମିସାଇଲା ଭାରତକୁ ମିଳିଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.