ବଢ଼ିଛି ଉତ୍ପାଦନ: ଚିନି ରପ୍ତାନୀ ବଢ଼ାଇ ପାରନ୍ତି ସରକାର
18/12/2022 at 10:27 PM

ନୂଆଦିଲ୍ଲୀ: ଦେଶରେ ଚିନି ଉତ୍ପାଦନ ଆଶାନୁରୁପ ରହିଛି। ଏଣୁ କେନ୍ଦ୍ର ସରକାର ଅଧିକ ଚିନି ରପ୍ତାନୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରୀ ମାସରେ ଘରୋଇ ଚିନି ଉତ୍ପାଦନର ଯାଞ୍ଚ କରିବା ପରେ କେନ୍ଦ୍ର ସରକାର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଚିନି ରପ୍ତାନୀ କୋଟା ବଢ଼ାଇ କି ନା ସେ ନେଇ ନିଷ୍ପତ୍ତି ନିଆଯିବ।
ନଭେମ୍ବର ମାସରେ ୨୦୨୨-୨୩ ମାର୍କେଟିଂ ବର୍ଷ(ଅକ୍ଟୋବର-ସେପ୍ଟେମ୍ବର) ସରକାର ୬୦ ଲକ୍ଷ ଟନ୍ ରପ୍ତାନୀ କୋଟା ଧାର୍ଯ୍ୟ କରିଥିଲେ। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୧୧୧ ଲକ୍ଷ ଟନ୍ ରକେର୍ଡ ସଂଖ୍ୟକ ଚିନି ରପ୍ତାନୀ କରିଥିଲା।
ତେବେ ସରକାର ଚିନି ରପ୍ତାନୀ କୋଟା ବଢ଼ାଇବେ କି ନାହିଁ ଏନେଇ ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଜାନୁଆରୀମାସରେ ଚିନିର ଘରୋଇ ଉତ୍ପାଦନର ମୂଲ୍ୟାୟନ ହେବ। ଏହାପରେ ଯାଇ ରପ୍ତାନୀ କୋଟା ବିଷୟରେ ଚିନ୍ତା କରାଯିବ। ଇଣ୍ଡଷ୍ଟ୍ରୀ ବୋର୍ଡISMA(ଭାରତୀୟ ଚିନି ମିଲ୍ସ ସଂଘ)ର ଏଜିଏମ୍(ବାର୍ଷିକ ସାଧାରଣ ବୈଠକ)ରେ କହିଛନ୍ତି ଖାଦ୍ୟ ସଚିବ।
ଏଜିଏମ୍ସୁ ସମ୍ବୋଧନ କରି ISMA ଅଧ୍ୟକ୍ଷ ଅଦିତ୍ୟ ଝୁନଝୁନୱାଲା କହିଛନ୍ତି ଯେ ସରକାର ଚଳିତ ରପ୍ତାନୀ କୋଟା ୬୦ ଲକ୍ଷରୁ ଅଧିକ କୋଟା ବଢ଼ାଇ ପାରନ୍ତି ବୋଲି ଆଶା କରାଯାଉଛି। ଏପରି ହେଲେ ବଳକା ଚିନିକୁ ରପ୍ତାନୀ କରିବାକୁ ଆମକୁ ସୁଯୋଗ ମିଳିବ ଆୟ ବି ବଢ଼ିବ ବୋଲି ISMA ଅଧ୍ୟକ୍ଷ କହିଛନ୍ତି।
ISMAର ହିସାବ ଅନୁସାରେ, ୨୦୨୨-୨୩ ମାର୍କେଟିଂ ବର୍ଷରେ ସର୍ବାଧିକ ୪୧୦ ଟନ୍ ଚିନି ଉତ୍ପାଦନ ହେବା ନେଇ ଆଶା କରାଯାଉଛି। ସେହିପରି ଇଥାନଲ ପ୍ରଡକ୍ସନ ପାଇଁ ୪୫ ଲକ୍ଷ ଟନ୍ ଚିନିର ଆବଶ୍ୟକତାପଡ଼ିବ ବୋଲି ଆକଳନ କରାଯାଉଛି। ତେଣୁ ଇଥାନଲ ପାଇଁ ଖର୍ଚ୍ଚ ପରେ ବି ୩୬୫ ଲକ୍ଷ ଟନ୍ ଚିନି ରହିବ ବୋଲି ଅନୁମାନ କରାଯାଉଛି।