suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଲାୟମଙ୍କୁ ପଦ୍ମ ପୁରସ୍କାର ଦେଇ ଅପମାନିତ କରାଯାଇଛି: ସମାଜବାଦୀ ପାର୍ଟି ନେତା

26/01/2023 at 7:04 PM

ନୂଆଦିଲ୍ଲୀ: ଗତକାଲି ସମାଜବାଦି ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ହେଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ମୁଲାୟମଙ୍କୁ  ପୁରସ୍କୃତ କରାଯାଇ ନାହିଁ ବରଂ ତାଙ୍କର ମଜାକ ଉଡାଯାଇଛି ବୋଲି ସମାଜବାଦୀ ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି।

ଏନେଇ ସେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି ” ଭାରତ ସରକାର ନେତାଜୀ ଶ୍ରୀ ମୁଲାୟନ ସିଂହ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର ଦେଇ ନେତାଜୀଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ ଏବଂ ରାଷ୍ଟ୍ରହିତରେ ତାଙ୍କର ଯୋଗଦାନକୁ ଉପହାସ କରିଛି। ଯଦି ନେତାଜୀଙ୍କୁ ସମ୍ମାନ ଦେବା କଥା ଭାବୁଛନ୍ତି ତେବେ ଭାରତ ରତ୍ନର ପୁରସ୍କାର ଦେବା ଉଚିତ୍।”

କେବଳ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନୁହଁନ୍ତି ଦଳର କିଛି ନେତା ମୁଲାୟମଙ୍କୁ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରିବାକୁ ଦାବି କରିଛନ୍ତି। ଦଳର ପ୍ରବକ୍ତା ଆଇପି ସିଂହ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାରକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ” ଧରିତ୍ରୀ ପୁତ୍ର ସ୍ୱର୍ଗୀୟ ଶ୍ରଦ୍ଧେ ମୁଲାୟମ ସିଂହ ଯାଦବଙ୍କ ଉପରେ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ନାଗରିକ ପୁରସ୍କାର ବ୍ୟାତୀତ ଅନ୍ୟ କୌଣସି ଉପହାର ଫିଟ୍ ହେବ ନାହିଁ। ଆମ ସମସ୍ତଙ୍କର ଆଦରଣୀୟ ନେତାଜୀଙ୍କୁ ଅବିଳମ୍ବେ ଭାରତ ରତ୍ନ ଦେବା ପାଇଁ ଘୋଷଣା କରାଯାଉ।”

ସୂଚନା ଥାଉକି ସମାଜବାଦୀ ସଂସ୍ଥାପକ ମୁଲାୟମ ସିଂହ ଯାଦବ ଉତ୍ତର ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ରାଜନୀତ କାଳରେ ସେ ଉତ୍ତର ପ୍ରଦେଶରେ ଅନେକ ସଫଳତା ପାଇଛନ୍ତି। ୨୦୨୨ ଅକ୍ଟୋବର ୧୦ ତାରିଖରେ ତାଙ୍କର ବିୟୋଗ ହୋଇଥିଲା।

   Related Posts