ନୂଆଦିଲ୍ଲୀ: ଦେଶରେ ଜନଗଣନା ଆରମ୍ଭ ହେବାକୁ ନେଇ ଆଲୋଚନା ହେଉଥିବା ବେଳେ ଗାଈ, ମଇଁଷି ଛେଳି ମେଣ୍ଢା ଗଣତି ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କାର ଖର୍ଚ୍ଚ ଆବଣ୍ଟନ କରିଛନ୍ତି। ୫ ମାସ ଭିତରେ କାମ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଛି।
ଦେଶର ପଶୁଧନ ଗଣନା ପ୍ରଥମ ଥର ନୁହେଁ। ପୂର୍ବରୁ ୨୦ ଥର ପଶୁଧନ ଗଣନା ହୋଇସାରିଛି। ଚଳିତ ଥର କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ ପଶୁଗଣନା ଅଭିଯାନର ଶୁଭାରମ୍ଭ କରିଛନ୍ତି। କାମ ଫେବୃଆରୀ ୨୦୨୫ ସୁଦ୍ଧା ଅର୍ଥାତ୍ ମାତ୍ର ୫ ମାସରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ବୃହତ ସ୍ତରରେ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି।
କେବଳ ସେତିକି ନୁହେଁ ମତ୍ସ୍ୟ, ପଶୁପାଳନ ଏବଂ ଡାୟରି ମନ୍ତ୍ରୀ ରାଜୀବ ରଂଜନ ମଧ୍ୟ ୨.୫ ମିଲିୟନ୍ ଡଲାର (ପ୍ରାୟ ୨୧୧ କୋଟି ଟଙ୍କା) ଟଙ୍କାର 'ପାଣ୍ଡାମିକ ଫଣ୍ଡ ପ୍ରୋଜେକ୍ଟ ' ବା ମହାମାରୀ ପାଣ୍ଠି ପ୍ରକଳ୍ପର ଶୁଭାରମ୍ଭ ଆରମ୍ଭ କରିଛନ୍ତି। ଏହା ପଶୁମାନଙ୍କ ମଧ୍ୟରେ ବ୍ୟାପିଥିବା ମହାମାରୀରୁ ସେମାନଙ୍କର ସୁରକ୍ଷା ଦେବା ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ଦିଗରେ କାର୍ଯ୍ୟ କରିବ।
ଏହି ପାଣିଧନଗଣନା ସମୟରେ ସରକାର ୧୬ ଟି ପ୍ରଜାତିର ପ୍ରାଣୀଙ୍କର ୨୧୯ ଟି ସ୍ଥାନୀୟ ପ୍ରଜାତିର ଗଣନା କରିବେ। ଏଥିରେ ଗାଈ, ବଳଦ ଠାରୁ ଆରମ୍ଭ କରି ମେଣ୍ଢା, ଛେଳି ଏବଂ କୁକୁଡ଼ା ଆଦିଙ୍କର ବିଭିନ୍ନ ପ୍ରଜାତି ଏବଂ ସେମାନଙ୍କର ବଂଶଜଙ୍କର ଗଣନା କରାଯିବ। କେବଳ ଏତିକି ନୁହେଁ, ସରକାର ପଶୁପାଳକଙ୍କ ତଥ୍ୟକୁ ପୃଥକ ଭାବରେ ସଂଗ୍ରହ କରିବେ। ଯାହା ଦ୍ୱାରା ବିଭିନ୍ନ ପ୍ରଜାତିଙ୍କ ପାଇଁ ଏକ ଉତ୍ତମ ନୀତି ପ୍ରସ୍ତୁତ କରାଯାଇପାରିବ।
ସର୍ବଭାରତୀୟ ସ୍ତରରେ ଏହି ପ୍ରାଣୀ ଧନ ଗଣନା କରାଯିବ। ଫିଲ୍ଡ ସ୍ତରର ତଥ୍ୟ ସଂଗ୍ରହ ପାଇଁ ପ୍ରାୟ ଏକ ଲକ୍ଷ ସ୍ଥାନୀୟ ଚାକିରି ସୃଷ୍ଟି ହେବ।ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଣୀ ଚିକିତ୍ସକଙ୍କ କିମ୍ବା ପେରା-ପ୍ରାଣୀଚିକିତ୍ସକଙ୍କୁ ନିଯୁକ୍ତି ମିଳିପାରେ ବୋଲି ଆଶା କରାଯାଉଛି।