ସ୍ୱଦେଶୀ ହତିଆରେ ଶକ୍ତିଶାଳୀ ହେବ ଭାରତୀୟ ସେନା, ୭୦ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ
16/03/2023 at 8:01 PM

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ସେନାକୁ ଅଧିକ ବଳଶାଳୀ କରାଇବା ପାଇଁ ବିଭିନ୍ନ ହତିଆର ପ୍ରଣାଳୀ କ୍ରୟ ପାଇଁ ୭୦,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ପ୍ରତିରକ୍ଷା ଅଧିକାରୀ ଏହା ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରତିରକ୍ଷା ଅଧିକାରୀଙ୍କ ଅନୁସାରେ, ଏହି ପ୍ରସ୍ତାବରେ ଭାରତୀୟ ନୌସେନା ପାଇଁ ୬୦ ମେଡ୍ ଇନ୍ ଇଣ୍ଡିଆ ୟୁଟିଲିଟି ହେଲିପକ୍ଟର ମରୀନ ଏବଂ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ ମିଜାଇଲ୍, ଭାରତୀୟ ସେନା ପାଇଁ ୩୦୭ ATAGS ହାବିର୍ଜର, ତଟରକ୍ଷୀ ବାହିନୀ ପାଇଁ ୯ଟି ALH ଧ୍ରୁବ ହେଲିକପ୍ଟର କିଣିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବ ମଧ୍ୟରେ ଭାରତୀୟ ନୌସେନା ପାଇଁ ଏଚଏଏଲ ଦ୍ୱାରା ନିର୍ମିତ ୬୦ ୟୁଏଚ୍ ହେଲିକପ୍ଟର କିଣିବା ପାଇଁ ୩୨,୦୦୦ କୋଟି ଟଙ୍କାର ମେଗା ଅର୍ଡର ମଧ୍ୟ ସାମିଲ ରହିଛି ।
ରକ୍ଷା ମନ୍ତ୍ରାଳୟ ଅନୁସାରେ, ସରକା ବ୍ରହ୍ମୋସ ମିଜାଇଲ, ଶକ୍ତି ଇଡବ୍ଲୁ ସିଷ୍ଟମ ଏବଂ ୟୁଟିଲିଟି ହେଲିକପ୍ଟରକୁ ଭାରତୀୟ ନୌସେନା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହାର ମୂଲ୍ୟ ପ୍ରାୟ ୫୬,୦୦୦ କୋଟି ଟଙ୍କା ରହିବ । ଭାରତୀୟ ବାୟୁ ସେନା ପାଇଁ ଲଙ୍ଗ୍ ରେଞ୍ଜ ଷ୍ଟାଣ୍ଡ-ଅଫ୍ ୱେପନକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଏହାକୁ ଏୟସୁ-୩୦ ଏମକେଆଇ ବିମାନରେ ନିୟୋଜିତ କରାଯିବ ।