ବଦଳିଲେ ସରକାରୀ ଦଳ ଉପମୁଖ୍ୟ ସଚେତକ

Published By : Prameya-News7 Bureau | September 23, 2019 IST

ଭୁବନେଶ୍ୱର ୨୩.୦୯ - ସରକାରୀ ଦଳ ଉପମୁଖ୍ୟ ସଚେତକ ବଦଳିଲେ । ଏହି ପଦରୁ ପ୍ରଣବ ବଳବନ୍ତରାୟଙ୍କୁ ଆଉଟ୍ କରି ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଉପମୁଖ୍ୟ ସଚେତକ କରାଯାଇଛି । ପ୍ରଣବଙ୍କୁ ଏଭଳି ଆଉଟ କରିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ କେହି କିଛି କହିନଥିଲେ ବି ଦଳର ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ।

{"id":161676}


ସରକାରୀ ଉପମୁଖ୍ୟ ସଚେତକ ପଦରୁ ପ୍ରଣବ ବଳବନ୍ତରାୟ ଆଉଟ୍ । ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଉପମୁଖ୍ୟ ସଚେତକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଏକ ପ୍ରେସ ରିଲିଜ ଜାରି ହୋଇଛି । ପ୍ରଶ୍ନ ଉଠୁଛି ହଠାତ୍ ଏଭଳି ପରିବର୍ତ୍ତନ ପଛରେ ରହସ୍ୟ କଣ । କଣ ପ୍ରଣବ ବଳବନ୍ତରାୟ ଏହି ପଦବୀ ପାଇଁ ଫିଟ୍ ନୁହଁନ୍ତି କି । ନା ଦଳ ସୁପ୍ରିମୋ ତାଙ୍କୁ କିଛି ନୂଆ ଦାଇତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

{"id":161677}


ପ୍ରଣବ ବଳବନ୍ତରାୟଙ୍କ ନାଁକୁ ନେଇ ଦଳ ଭିତରେ ଦୁଇଟି ଗୋଷ୍ଠୀ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଛନ୍ତି । ଗୋଟିଏ ଗୋଷ୍ଠୀ ଭାବୁଛନ୍ତି ପ୍ରଣବଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି କରାଯାଇପାରେ । କାରଣ ଏହି ପଦବୀରେ ବିଜେଡି ନୂଆ ମୁହଁକୁ ବସାଇବ ବୋଲି ବହୁଦିନରୁ ଆଲୋଚନା ହେଉଛି । ଆଉ ଗୋଟିଏ ଗୋଷ୍ଠୀଙ୍କ ମତ ପ୍ରଣବ ବଳବନ୍ତରାୟଙ୍କ ନାଁରେ ଘଙ୍ଗପାଟଣା ଜମି ଦୁର୍ନୀତି ଅଭିଯୋଗ ଥିବାରୁ ତାଙ୍କୁ ହଟାଇ ଦିଆଯାଇଛି । ଯେହେତୁ ଲୋକାୟୁକ୍ତ ଘଙ୍ଗପାଟଣା ଜମି ଦୁର୍ନୀତିର ଫାଇଲ୍ କ୍ରାଇମ୍ ବ୍ରାଞ୍ଚକୁ ମାଗିଛନ୍ତି , କାଳେ କିଛି ଅସୁବିଧା ହେବ ସେଥିଲାଗି ଆଗୁଆ ତାଙ୍କୁ ବିଦା କରିଦିଆଇଛି ।
ସେପଟେ ମନ୍ତ୍ରୀପଦ ପାଇଁ ଆଶାୟୀଥିବା ରୋହିତ ପୂଜାରୀଙ୍କୁ ପୁଣି ଉପମୁଖ୍ୟ ସଚେତକ ପଦ ମିଳିଥିବା

{"id":161678}

ରୁ ସେ ଖୁସି ନା ଦୁଃଖୀ ତାହା ଜଣାପଡିନାହିଁ । ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିବାରୁ ରୋହିତ ପୂଜାରୀ ଅସନ୍ତୁଷ୍ଟ ଥିଲେ । ତେଣୁ ଆଗକୁ ବିଜେପୁର ନିର୍ବାଚନ ଥିବାରୁ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ହିସାବରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପଦବୀ ଦିଆ ଯାଇଛି ବୋଲି ଦଳ ଭିତରେ ଚର୍ଚ୍ଚା । କିନ୍ତୁ ରୋହିତ ପୂଜାରୀ ଯେ ଉପମୁଖ୍ୟ ସଚେତକ ପଦରେ ସନ୍ତୁଷ୍ଟ ହେବେ ତାହା କହିହେବନି । ହୁଏତ ସେ ପ୍ରତ୍ରିକ୍ରିୟା ଦେଇନପାରନ୍ତି କିନ୍ତୁ ଉପମୁଖ୍ୟ ସଚେତକ ପଦରେ ପୁଣିଥରେ ବସିବାକୁ ଆଗ୍ରହ ପ୍ରକାଶ କରିନପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.