ନୂଆଦିଲ୍ଲୀ: ଭାରତ ପାଇଁ ହାଇ ସ୍ପିଡ୍ ଟ୍ରେନ୍ ତିଆରି କରିବ ସରକାରୀ ପବ୍ଲିକ ସେକ୍ଟର କମ୍ପାନୀ ବିଇଏମଏଲ୍ ଲିମିଟେଡ୍। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା BEML ସ୍ୱଦେଶୀ ଜ୍ଞାନ କୌଶଳରେ ହାଇସ୍ପିଡ୍ ଟ୍ରେନ୍ ତିଆରି କରିବ। ଏଥିପାଇଁ କମ୍ପାନୀକୁ ୮୬୬.୮୭ କୋଟି ଟଙ୍କାର କଣ୍ଟ୍ରାକ୍ଟ ମିଳିଛି।
ଏନେଇ BEML କହିଛି “ଏହି ପ୍ରକଳ୍ପ ଭାରତର ହାଇ ସ୍ପିଡ୍ ରେଳ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଦେଶବାସୀ ୨୮୦ କିଲୋମିଟର ବେଗରେ ପ୍ରଥମ ସ୍ୱଦେଶୀ ଡିଜାଇନ୍ ଏବଂ ଉତ୍ପାଦିତ ଟ୍ରେନ୍ ସେଟ୍ ଦେଖିବେ।” ଟ୍ରେନ୍ ଡିଜାଇନ୍, ତିଆରି ଏବଂ ପାଇଁ କମ୍ପାନୀକୁ କଣ୍ଟ୍ରାକ୍ଟ ଦିଆଯାଇଛି।
ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ସୂଚନା ଦେଇ ବିଏମ୍ଏଲ୍ କହିଛି ଯେ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ଆଠଟି କୋଚ୍ ଓ କାର୍ ଥିବା ଦୁଇଟି ହାଇ ସ୍ପିଡ୍ ଟ୍ରେନ୍ ସେଟର ଡିଜାଇନ୍, ଉତ୍ପାଦନ ଏବଂ କମିଶନ ପାଇଁ କମ୍ପାନୀକୁ କଣ୍ଟ୍ରାକ୍ଟ ଦିଆଯାଇଛି। ପ୍ରଦାନ କରାଯାଇଛି। ସୂଚନା ଥାଉକି ଚେନ୍ନାଇରେ ଥିବା ଆଇସିଏଫ ହେଉଛି ଭାରତୀୟ ରେଳର ଏକ ପ୍ରଡକ୍ସନ ୟୁନିଟ୍।
ଗାଡ଼ିର ପ୍ରତ୍ୟୋକ କୋଚ୍ର ମୂଲ୍ୟ ୨୭.୮୬ କୋଟି ରହିବ। ମୋଟ ୮୬୬.୮୭ କୋଟି ଡିଲ୍ କଣ୍ଟ୍ରାକ୍ଟ ମିଳିଛି। ଏଥିରେ ଡିଜାଇନ୍ ମୂଲ୍ୟ, ଏକକାଳୀନ ଡେଭଲପମେଣ୍ଟ ମୂଲ୍ୟ, ବାରମ୍ବାର ଚାର୍ଜ, ଫିକ୍ଚର୍ସ, ଟୁଲିଂ ଏବଂ ପରୀକ୍ଷଣ ସୁବିଧା ପାଇଁ ଏକକାଳୀନ ମୂଲ୍ୟ ସାମିଲ ରହିଛି। ଯାହା ଭାରତର ଭବିଷ୍ୟତର ସମସ୍ତ ହାଇ ସ୍ପିଡ୍ ପ୍ରୋଜେକ୍ଟ ପାଇଁ ବ୍ୟବହୃତ ହେବ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜାପାନ ଗସ୍ତ ପରେ ଏହି ଏହି କଣ୍ଟ୍ରାକ୍ଟ ମିଳିଛି। ମୁମ୍ବାଇ-ଅହମ୍ମଦାବାଦ କରିଡରରେ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ ଶିଙ୍କାନସେନ୍ ଟେକ୍ନୋଲୋଜିର ମୂଲ୍ୟ ବୃଦ୍ଧି କରିଥିବାରୁ ଏହାର ମୁଲାଚାଲ ପାଇଁ କେନ୍ଦ୍ରମନ୍ତ୍ରୀ ବରିଷ୍ଟ ପ୍ରତିନିଧିଙ୍କ ସହ ଜାପାନ ଯାଇଥିଲେ। ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗ ରହିଛି। ଶିଙ୍କାନସେନ୍ ଟ୍ରେନ୍ ସେଟ୍ ଏବଂ ସିଗନାଲ୍ ସିଷ୍ଟମ୍ ନିୟୋଜନ ପାଇଁ ଖର୍ଚ୍ଚ ମୁଲଚାଲରେ ନିଷତ୍ତି ଚୂଡ଼ାନ୍ତ ହୋଇ ନାହିଁ। ତେବେ ଶିଙ୍କାନସେନ ଟ୍ରେନ ସେଟ୍ର ମୂଲ୍ୟ ୪୬ କୋଟି ହେଉଥିବା ବେଳେ ବିଇଏମଏଲର ଖୁବ କମ। ବିଏମଏଲ ବେଙ୍ଗାଲୁରୁ ରେଳ କୋଚ୍ରେ ଗାଡ଼ି ତିଆରି କରିବ। ଏବଂ ୨୦୨୬ ସୁଦ୍ଧା ଏହାର ଡେଲିଭରି ଦେବ।