LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୃଷକମାନଙ୍କ ପାଇଁ ଖୁସି ଖବର: ନାନୋ ଡିଏପିକୁ ମିଳିଲା ମଞ୍ଜୁରୀ

4/03/2023 at 4:14 PM

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଖୁସୀ ଖବର। ନାନୋ ଡିଏପିକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଫଳରେ ଡିଏପି ବ୍ୟାଗ୍ ସାର ଏବେ ତରଳ ବାବେ ବୋତଲରେ ମିଳିପାରିବ। କେନ୍ଦ୍ର ସରକାରଙ୍କର ଏଭଳି ପଦକ୍ଷେପରେ ଦେଶରେ ଚାଷୀକୂଳ ଲାଭବାନେ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ଉର୍ବରକ(ସାର) କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ାଇବାର ଆଉ ଏକ ବଡ଼ ଉପଲବ୍ଧି। କେନ୍ଦ୍ର ସରକାର ନାନା ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଭିଜନ ଆତ୍ମନିର୍ଭର ଭାରତର ଏହି ସଫଳତା କୃଷକଙ୍କୁ ଅଧିକ ଲାଭ ଦେବ। ଏବେ ଗୋଟିଏ ବ୍ୟାଗ୍ ଡିଏପି ବି ଏକ ବୋତଲ ଡିଏପି ରୂପରେ ମିଳିବ।”

କେନ୍ଦ୍ର ସରକାର ଇଫ୍‌କୋ(IFFCO) ତିଆରି କରିଥିବା ନାନୋ ଡାଇ-ଆମୋନିଆ ଫସ୍‌ଫେଟ୍‌(ଡିଏପି)କୁ ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର (ସାର ନିୟନ୍ତ୍ରଣ ନିର୍ଦ୍ଦେଶ)ରେ ସାମିଲ୍ କରିଛନ୍ତି। ଫଳରେ କୃଷକଙ୍କ ପାଇଁ ଏହାର ବାଣିଜ୍ୟିକ ଉତ୍ପାଦନ ଓ ରିଲିଜର ରାସ୍ତା ଖୁଳିଛି।

ସୂଚନା ଥାଉକି ୟୁରିଆରେ ପରେ ଦେଶର କୃଷି କ୍ଷେତ୍ରରେ ଅଧିକ ଡିପିଏର ସାରର ଆବଶ୍ୟକତା ପଡ଼ିଥାଏ। ବର୍ଷକୁ ପାଖାପାଖି ୯୦ ଲକ୍ଷ ଟନ୍‌ ଡିଏପିର ଆବଶ୍ୟକତା ହୋଇଥାଏ। ଏଥିରୁ ଅଧିକାଂଶ ବିଦେଶରୁ ଆମଦାନୀ ହେଉଥିବା ବେଳେ ଦେଶରେ ତିଆରି ହୋଇଥିବା ସାର ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ବିଦେଶରୁ ଆମଦାନୀ କରାଯାଉଛି।

ଡଏପି ସାର ଦେଶରେ ମାତ୍ର ୪-୫ ମିଲିୟନ ଟନ୍‌ ଉତ୍ପାଦନ ହେଉଛି।। ବାକି ସାର ବିଦେଶରୁ ଆମଦାନୀ କରାଯାଉଛି। ନାନୋ ଡିଏପି ଉପରେ ସବ୍‌ସିଡି ହ୍ରାସ କରାଯାଇପାରେ। ଡିଏପିକୁ ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର ସାମିଲ୍ କରିବା ପରେ ଏହାର ମୂଲ୍ୟ ହ୍ରାସ ହୋଇପାରେ ବୋଲି କୁହାଯାଉଛି। ସୂଚନା ଥାଉକି ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର ଆଇନ ହେଉଛି ଭାରତରେ ସାର  ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ବିତରଣ ଓ ଅନ୍ୟ ଔପଚାରିକତାଗୁଡ଼ିକୁ ନିୟନ୍ତ୍ରଣ କରିଥାଏ।

ନାନୋ ୟୁରିଆ

ସୂଚନା ଥାଉକି ଏହା ପୂର୍ବରୁ ୨୦୨୧ ଜୁନ ମାସରେ ଇଫ୍‌କୋ ପକ୍ଷରୁ ନାନୋ ୟୁରିଆ ଲଞ୍ଚ୍ କରାଯାଇଥିଲା। ବର୍ତ୍ତମାନ ନାନୋ ୟୁରିଆରେ କୌଣସି ପ୍ରକାର ସବ୍‌ସିଡି ନାହିଁ। ବୋତଲ ପ୍ରତି ଏହାର ମୂଲ୍ୟ ବର୍ତ୍ତମାନ ୨୪୦ ଟଙ୍କା ରହିଛି। ଦେଶରେ ୨୬ ମିଲିୟନ ଟନ୍ ୟୁରିଆ ଉତ୍ପାଦନ ହେଉଥିବା ବେଳେ ଚାହିଦା ୩୫ ମିଲିୟନ ଟନ୍ ରହିଛି।    

   Related Posts