LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୪୪ ଲକ୍ଷ ରାସନ୍ କାର୍ଡ ରଦ୍ଦ କଲେ ସରକାର: ଡିଜିଟାଲକରଣ ଅଭିଯାନ ସାହାଯ୍ୟରେ ହୋଇଛି ଠକେଇର ଖୁଲାସା

7/11/2020 at 12:04 PM

ନୂଆଦିଲ୍ଲୀ ୦୭/୧୧ : ସରକାର ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରୁ ୪୩ ଲକ୍ଷ ୯୦ ହଜାର ନକଲି ଓ ଅବୈଧ ରାସନ କାର୍ଡ ରଦ୍ଦ କରିଦେଇଛନ୍ତି। ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି ଯେପରିକି ଯୋଗ୍ୟ ହିତାଧିକାରୀଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ସବସିଡି ରାସନ ଵିତରିତ କରାଯାଇପାରିବ। ଖାଦ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ନକଲି କାର୍ଡ ଚିହ୍ନଟ କରିବ ଜରୁରୀ। ୨୦୧୩ ମସିହା ପୂର୍ବରୁ ବଡ ସଂଖ୍ୟାରେ ନକଲି ଓ ଫେକ୍ ରାସନ୍ କାର୍ଡ ଥିଲା। ଗତ ୭ ବର୍ଷ ମଧ୍ୟରେ ସରକାର ଏହି ଯୋଜନାରେ ଠକେଇ ରୋକିବାକୁ ଧ୍ୟାନ କେନ୍ଦ୍ରିତ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ରାସନ କାର୍ଡଗୁଡିକୁ ଡ଼ିଜିଟାଲକରଣ ଅଭିଯାନ ସାର୍ବଜନିକ ବିତରଣ ପ୍ରଣାଳୀକୁ ସ୍ୱଚ୍ଛ ଓ ଦକ୍ଷତାରେ ସୁଧାର ଆଣିବାରେ ସାହାଯ୍ୟ କରିଛି। ଅଯୋଗ୍ୟ ରାସନ୍ କାର୍ଡ ହଟାଇବା ସମୟରେ, ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ପରିଭାଷିତ କଭରେଜ ଭିତରେ ନୂଆ ହିତାଧିକାରୀଙ୍କୁ ଯୋଡାଯାଇଥାଏ।

ଇକୋନୋମିକ୍ସ ଟାଇମ୍ସ ନିଜ ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ପାଖାପାଖି ୮୧.୩୫ କୋଟି ଲୋକଙ୍କୁ ଲାଭ ମିଳିଥାଏ। ଏହା ଦେଶର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ। ବର୍ତ୍ତମାନ ପାଖାପାଖି ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅନୁସାରେ ପ୍ରତି ମାସରେ ୫ କିଲୋ ରାସନ୍ ଫ୍ରିରେ ମିଳୁଛି। ସରକାର ଏହି ଯୋଜନାକୁ ବିସ୍ତାର କରିପାରନ୍ତି। ଏହି ଯୋଜନାକୁ ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ଥିତି ସହ ଲଢ଼ିବାକୁ ଆରମ୍ଭ କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ‘NFSA ଅନୁସାରେ ସବସିଡି ଦରରେ ୪.୨ କୋଟି ଟନ୍ ରାସନ୍ ବିତରଣ କରନ୍ତି | ଗହମ କିଲୋ ପ୍ରତି ୨ ଟଙ୍କା ଓ ଚାଉଳ କିଲୋ ପ୍ରତି ୩ ଟଙ୍କାରେ ବିତରଣ କରାଯାଏ। ଏହାଛଡା PMGKAY ଯୋଜନା ଅନୁସାରେ ପ୍ରତି ମାସରେ ୩.୨ କୋଟି ୩.୨ କୋଟି ଟନ୍ ଫ୍ରି ରାସନ୍ ବିତରଣ କରୁଛନ୍ତି। କରୋନା ମହାମାରୀ ସମୟରେ ଏହି ଦୁଇ ଯୋଜନା ଅନ୍ତର୍ଗତ ରାସନ ବିତରଣ କରାଯାଉଛି।

କେନ୍ଦ୍ର ସରକାର ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନ୍ କାର୍ଡ’ ଯୋଜନା ଉପରେ ମଧ୍ୟ କାମ କରୁଛନ୍ତି ଯେପରି ପ୍ରବାସୀ ଶ୍ରମିକଙ୍କୁ ଏହାର ଫାଇଦା ମିଳିପାରିବ। ଏହି ଯୋଜନା ଅନୁସାରେ ଦେଶର ଯେକୌଣସି ଭାଗରେ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ସବସିଡି ଦରରେ ରାସନ ମିଳିପାରିବ। ଏବେ ସୁଦ୍ଧା ସରକାରଙ୍କ ନ୍ୟାସନାଲ ପୋର୍ଟେବିଲିଟି କ୍ଲଷ୍ଟର ଅନୁସାରେ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡିକୁ ଏହି ଯୋଜନାରେ ଯୋଡ଼ିବାରେ ସଫଳତା ମିଳିଛି।

   Related Posts