BPCLକୁ ମିଳିଲାନି ନୂଆ ମାଲିକ, ବିକ୍ରି ପ୍ରକ୍ରିୟାକୁ ଅଧାରେ ରଦ୍ଦ କଲେ ସରକାର

Published By : Prameya-News7 Bureau | May 26, 2022 IST

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେସନ ମିଲିଟେଡରୁ କେନ୍ଦ୍ର ସରକାରଙ୍କ ଅଂଶଧନ ବିକ୍ରି ଯୋଜନାକୁ ପୁଣି ଥରେ ବଡ଼ ଝଟକା ଲାଗିଛି। ଗୁରୁବାର କେନ୍ଦ୍ର ସରକାର ବିପିସିଏଲରେ ଷ୍ଟ୍ରାଟେଜିକ୍ ଡିସଇନଭେଣ୍ଟମେଣ୍ଟ ପାଇଁ ଜାରି ଥିବା ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ (EOI) ଆବେଦନ ପାଇଁ ଜାରି ଥିବା ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି।

ନିବେଶ ଏବଂ ସାର୍ବଜାନୀନ ସମ୍ପତ୍ତି ପରିଚାଳନା ବିଭାଗ (DIPAM) ଅନୁସାରେ ସରକାର ଏବେ ବିପିସିଏଲରୁ ଅଂଶଧନ ବିକ୍ରି କରିବା ଯୋଜନା ଉପରେ ପୁଣି ଥରେ କାମ କରିବେ। ବର୍ତ୍ତମାନର ସମୀକ୍ଷା ପରେ ସରକାର ଷ୍ଟେକ୍ ସେଲର ସମୟ ସ୍ଥିର କରିବେ।

ଉଲ୍ଲେଖଯୋଗ୍ୟ ଯେ, ସରକାରଙ୍କ ନିକଟରେ ବିପିସିଏଲର ୫୩ ପ୍ରତିଶତର ମାଲିକାନା ରହିଛି। ସରକାରଙ୍କ କହିବା କଥା ବିଡିଂ ପ୍ରକ୍ରିୟାରେ ସାମିଲ ଥିବା ଅଧିଂକାଶ କମ୍ପାନି ପୂରା ଅଂଶଧନ କରିବାକୁ ଅସମର୍ଥ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ କେବଳ ଗୋଟିଏ କମ୍ପାନି ବିପିସିଏଲରୁ ସରକାରଙ୍କ ମୋଟ ୫୩ ପ୍ରତିଶତ ଅଂଶଧନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । କିନ୍ତୁ କେବଳ ଗୋଟିଏ କମ୍ପାନି ସହ ବିଡିଂ ପ୍ରକ୍ରିୟା ଆଗକୁ ବଢାଇବାକୁ ସରକାର ଚାହିଁ ନଥିଲେ।

ବିପିସିଏଲରୁ ସରକାରଙ୍କ ଅଂଶଧନ କିଣିବା ପାଇଁ ପ୍ରଥମେ ତିନୋଟି କମ୍ପାନି ଆଗ୍ରହ ପ୍ରକାଶ କରିଥିଲେ। ଏଥିରେ ବେଦାନ୍ତ ଗ୍ରୁପ, ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଏବଂ ସ୍କ୍ୱାରେଡ କ୍ୟାପିଟାଲ ଆଡଭାଇଜର ସାମିଲ ଥିଲେ। ବେଦାନ୍ତର ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ୧୨ ବିଲିୟନ ଡଲାରରେ ବିପିସିଏଲକୁ କିଣିବାକୁ ଚାହିଁଥିଲେ। ତେବେ ଅନ୍ୟ ଦୁଇ କମ୍ପାନି ଧିମେଇ ଯାଇଥିବା ଅର୍ଥବ୍ୟବସ୍ଥା ଯୋଗୁଁ ଏଥିରୁ ପଛକୁ ହଟି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.