AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଆଦିବାସୀଙ୍କ ଦୁଃଖ ବୁଝିଲେ ସରକାର, ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଯାତ୍ରୀବାହି ବସ୍ ସେବା

9/09/2022 at 1:14 PM

ଚିତ୍ରକୋଣ୍ଡା ୦୯/୦୯: ଲାଲ୍ ଗଡରେ ପ୍ରଥମ ଥର ଲାଗି ଗଡିଲା ସରକାରୀ ବସ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜୋଡାଆମ୍ବ ଠାରୁ ଆରମ୍ଭ ହେଲା ଯାତ୍ରୀବାହି ବସ ସେବା । ଏଣିକି ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ଅଧିକ ସମୟ ଧରି ପାଣ ପଥରେ ଯାତ୍ରା କରିବାକୁ ପଡିବ ନାହିଁ । ସରକାରୀ ବସରେ ବସି ସିଧା ଚିତ୍ରକୋଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ ।

ସ୍ୱାଧୀନତାର ୭୫ ବର୍ଷ ପରେ ନିଜ ଗାଁ ବସ ସେବା ଆରମ୍ଭ ହୋଇ ଥିବାରୁ ଖୁସିରେ ଖୁବ୍ ନାଚିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ହେଲେ ବସଟି ଉଦଘାଟନ କରିବାକୁ ଯାଇଥିବା ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳ ମଧ୍ୟ ଖୁସିରେ ଆଦିବାସୀ ଲୋକଙ୍କ ସହ ମିଶି ନାଚିଛନ୍ତି । ଲୋକଙ୍କ ଏହି ଖୁସି ହି ବୟାନ କରୁଛି ସ୍ବାଭିମାନ ଅଞ୍ଚଳର ବିକାଶ କଥା ।

   Related Posts