ଧ୍ରୁବ ରାଠୀଙ୍କ ଭିଡିଓ ସମେତ ୧୦ ୟୁଟ୍ୟୁବ୍ ଭିଡିଓ ବ୍ଲକ୍‌ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ୪୫ ୟୁଟ୍ୟୁବ ଭିଡିଓକୁ ବ୍ୟାନ୍ ପାଇଁ କଲେ କେନ୍ଦ୍ର ସରକାର। ୧୦ ୟୁଟ୍ୟୁବ ଚ୍ୟାନେଲ୍‌ରେ ୪୫ ଭିଡିଓକୁ ବ୍ଲକ୍ କରିବାକୁ ସୋସାଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବ୍ଲକ୍‌ କରାଯାଇଥିବା ଭିଡିଓଗୁଡ଼ିକର ମୋ ଭିୟ ୧ କୋଟି ୩୦ ଲକ୍ଷ ଥିଲା। ବ୍ଲକ୍‌ କରାଯାଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଧ୍ରୁବ୍‌ ରାଠୀଙ୍କର ଭିଡିଓ ମଧ୍ୟ ରହିଛି। ସେପ୍ଟେମ୍ବର ୨୩ ତାରିଖରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିର୍ଦ୍ଦେଶ ଦେଇଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

ଭିଡିଓ ବ୍ୟାନ୍ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି " ଦେଶ ବିରୋଧରେ ବିଷଉଦ୍‌ଗାର କରି ଭ୍ରମାତ୍ମକ ସୂଚନା ଦେଇ ମିତ୍ର ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ୧୦ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ୟାନ୍ ଓ ନିଲମ୍ବିତ କରିଛି। ଆଇଟି ନିୟମ ୨୦୨୧(ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଦର୍ଶ ଆଚାରଣ ବିଧି) ଅନୁସାରେ, ଭିଡିଓ ବ୍ଲକ୍‌ କରିବାକୁ ୨୩.୦୯.୨୦୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା" ବୋଲି ମନ୍ତ୍ରାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି।

ଏହି ଭିଡିଓଗୁଡ଼ିକରେ ଧାର୍ମିକ ସଦ୍‌ଭାବନା ବିଗାଡ଼ିଲା ପରି ଅନେକ ବିଡିଓ ଥିଲା। ସରକାର କିଛି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେଇଯିବା, ଧାର୍ମିକ ସଂଗଠନ ବିରୋଧରେ ହିଂସା ଧମକ, ଭାରତରେ ସିଭିଲ୍ ୱାରାର ଘୋଷଣା ଭଳି ଅନେକ ମିଥ୍ୟା ଓ ଉତ୍ତେଜକ ଭିଡିଓ ଥିଲା। ବ୍ଲକ୍ ହୋଇଥିବା ଭିଡିଓଗୁଡ଼ିକରେ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନା, ଭାରତୀୟ ସଶସ୍ତ୍ର ବାହିନୀ, ଭାରତର ଜାତୀୟ ସୁରକ୍ଷା ତନ୍ତ୍ର, କାଶ୍ମୀର ଓ ଅନ୍ୟ ସମସ୍ୟା ବିଷୟରେ ଭୁଲ ସୂଚନା ଦିଆଯାଇଥିଲା। ଏଥିରେ ଥିବା କଣ୍ଟେଗୁଡ଼ିକରେ ଭାରତର ଜାତୀୟ ସୁରକ୍ଷା ଓ ବନ୍ଧୁ ରାଷ୍ଟ୍ରଗୁ଼ଡ଼ିକ ସହିତ ଥିବା ଉତ୍ତମ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରୁଥିଲା ବୋଲି ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.