କଲ୍ ଡ୍ରପ୍ ଏବଂ ସ୍ଲୋ ଇଣ୍ଟରନେଟ୍ ସମସ୍ୟାରୁ ମିଳିବ ମୁକ୍ତି, ଟେଲିକମ୍ କମ୍ପାନୀଙ୍କୁ ଆକ୍ସନ ପ୍ଲାନ ମାଗିଲେ ସରକାର
28/12/2022 at 4:25 PM

ନୂଆଦିଲ୍ଲୀ, ୨୮/୧୨: ସ୍ଲୋ ଇଣ୍ଟରନେଟ୍ ଏବଂ କଲ୍ ଡ୍ରପ୍ ସମସ୍ୟାରୁ ଖୁବ୍ଶୀଘ୍ର ମୁକ୍ତି ମିଳିପାରେ। କାରଣ ସରକାର ଏହି ସମସ୍ୟାର ସମାଧାନ ନେଇ ଟେଲିକମ୍ କମ୍ପାନୀମାନଙ୍କୁ ଜବାବ୍ ମାଗିଛନ୍ତି। ବୁଧବାର ଟେଲିକମ୍ ବିଭାଗର ସଚିବ ରାଜାରମନ ଟେଲିକମ୍ କମ୍ପାନୀ ଅଧିକାରୀଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି। ବୈଠକରେ ଟେଲିକମ୍ ମନ୍ତ୍ରାଳୟ କଲ୍ ଡ୍ରପ୍ ସମସ୍ୟା ପ୍ରସଙ୍ଗକୁ ନେଇ ଟେଲିକମ୍ କମ୍ପାନୀଙ୍କୁ ଆକ୍ସନ ପ୍ଳାନ୍ ମାଗିଛନ୍ତି।
ଦେଶରେ ଟେଲିକମ୍ କମ୍ପାନୀମାନେ ୫ଜି ଲଞ୍ଚ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅନେକ ଅସୁବିଧା ଦୂର ହୋଇପାରିନାହିଁ। ଯଦିଓ କମ୍ପାନୀମାନେ ୫ଜି ନେଟଓ୍ବର୍କରେ ମିଳୁଥିବା ହାଇ-ସ୍ପିଡ୍ ଇଣ୍ଟରନେଟ୍ର ସୁବିଧା ବିଷୟରେ କହୁଛନ୍ତି, କିନ୍ତୁ କଲ୍ ଡ୍ରପ୍ ଭଳି ଅସୁବିଧା ଏପର୍ଯ୍ୟନ୍ତ କମ୍ପାନୀମାନେ ସଂପୂର୍ଣ୍ଣ ଭାବରେ ଠିକ୍ ହୋଇପାରିନାହିଁ। ଲଗାତାର ଆସୁଥିବା କଲ୍ ଡ୍ରପ୍ ଅଭିଯୋଗରେ ସରକାର କଠୋର ହୋଇଛନ୍ତି।
ବୁଧବାର ହୋଇଥିବା ବୈଠକରେ ସରକାର ଟେଲିକମ୍ କମ୍ପାନୀଙ୍କୁ ସେବା ସୁଧାର କରିବାକୁ ନିର୍ଦେ୍ଦଶ ଦେଇଛନ୍ତି। ଏହା ସହ କେବେ ସୁଦ୍ଧା କଲ୍ ଡ୍ରପ୍ ଏବଂ ସ୍ଲୋ ଡାଟା ସ୍ପିଡ୍ ସମସ୍ୟା କେବେ ସୁଦ୍ଧା ସମାଧାନ ହେବ ବୋଲି ପ୍ରଶ୍ନ କରିଛନ୍ତି ? ଏହାକୁ ନେଇ ଟେଲିକମ୍ କମ୍ପାନୀ ସେମାନଙ୍କର ଆକ୍ସନ ପ୍ଲାନ୍ କହିଛନ୍ତି।
ତେବେ ଖୁବ୍ଶୀଘ୍ର ଟେଲିକମ୍ କମ୍ପାନୀ ବ୍ଳୁ ପ୍ରିଣ୍ଟ ସରକାରଙ୍କୁ ସାମ୍ନାରେ ରଖିବେ। ଯାହାକୁ ନେଇ ଆଗାମୀ ସମୟରେ ଆହୁରି ବୈଠକ ହୋଇପାରେ। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅନେକ ଟେଲିକମ୍ କମ୍ପାନୀଙ୍କୁ ପଦକ୍ଷେପ ନେବାକୁ ହେବ। ଯାହାଦ୍ବାରା କଲ୍ ଡ୍ରପ୍ ସମସ୍ୟା ଶେଷ ହେବ ଏବଂ ସ୍ଲୋ ଇଣ୍ଟରନେଟ୍ ସ୍ପିଡ୍ରୁ ମୁକ୍ତି ମିଳିପାରିବ। ଗତ ସପ୍ତାହରେ COAI ଏହାକୁ ନେଇ କହିଥିଲା ଯେ ଟେଲିକମ୍ କମ୍ପାନୀ ଏହି ସମସ୍ୟା ଉପରେ କାମ କରୁଛନ୍ତି। ଆଗାମୀ ସମୟରେ ଏହି ସମସ୍ୟା ଦୂର ହୋଇଯିବ।