ଡରାଇଲାଣି ମଙ୍କିପକ୍ସ; ଏନ୍ସିଡିସି ଓ ଆଇସିଏମ୍ଆରକୁ ଏହି ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର !
20/05/2022 at 11:01 PM

ନୂଆଦିଲ୍ଲୀ: କରୋନା ପରେ ଏବେ ଦେଶରେ ମଙ୍କି ପକ୍ସି ମାତିଛି। ଏଥିପାଇଁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ତେଣୁ ବିଦେଶରେ ମଙ୍କିପକ୍ସର ସ୍ଥିତି ଉପରେ ନଜର ରଖିବା ସହିତ ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କର ନମୁନା ଯାଞ୍ଚ ପାଇଁ ପୁଣେର ଏନ୍ଆଇଭିକୁ ପଠାଇବାକୁ ଏନ୍ସିଡିସି ଓ ଆଇସିଏମ୍ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ଏନେଇ ସମାଚାର ଏଜେନ୍ସି ଏଏନ୍ଆଇ ବିଶେଷ ସୂତ୍ରରୁ ଖବର ପାଇଥିବା ସୂଚନା ଦେଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏନେଇ ଏଏନ୍ଆଇକୁ ସୂଚନା ଦେଇ କହିଛନ୍ତି ” ଯେଉଁ କ୍ଷେତ୍ରରେ ବ୍ୟକ୍ତିଙ୍କ ଠାରେ କିଛି ବିଶେଷ ଲକ୍ଷ୍ୟଣ ଦେଖାଯାଉଛି କେବଳ ସେମାନଙ୍କର ସାମ୍ପଲ ହିଁ ପୁଣେର NIVକୁ ପଠାଯିବ। ସମସ୍ତଙ୍କ ସାମ୍ପଲ ପଠାଯିବ ନାହିଁ।”
ତେବେ ମଙ୍କି ପକ୍ସରେ ଏପର୍ଯ୍ୟନ୍ତ ଭାରତରେ ଗୋଟିଏ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। କିନ୍ତୁ ବ୍ରିଟେନ୍, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ଆମେରିକାରେ ଏହି ରୋଗୋ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ କାନାଡ଼ା, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଭଳି ଦେଶ ଏହି ରୋଗର ବିଷୟରେ ଯାଞ୍ଚ କରୁଛନ୍ତି। ଏତିରେ ମୃତ୍ୟୁ ୧୦ ପ୍ରତିଶତ ହୋଇପାରେ ବୋଲି କୁହାଯାଉଛି।