Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଇଲେକ୍ଟୋରାଲ ବଣ୍ଡ ବିକ୍ରିକୁ ମିଳିଲା ମଞ୍ଜୁରୀ, ୧ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଏସବିଆଇରେ ହେବ ବିକ୍ରି

30/06/2022 at 6:21 PM

ନୂଆଦିଲ୍ଲୀ ୩୦।୬: ଇଲେକ୍ଟୋରାଲ ବଣ୍ଡର ୨୧ ତମ ସଂସ୍କରଣକୁ ସରକାରଙ୍କ ମଞ୍ଜୁରୀ ମିଳିଛି। ୧ ଜୁଲାଇରୁ ବିକ୍ରି ଲାଗି ଉପଲବ୍ଧ ହେବ। ରାଜନୈତିକ ଫଣ୍ଡିଂରେ ସ୍ୱଚ୍ଛତା ଆଣିବା ଲାଗି ଉଦ୍ୟମରେ ଇଲେକ୍ଟୋରାଲ ବଣ୍ଡକୁ ରାଜନୈତିକ ଦଳଙ୍କୁ ଦିଆ ଯାଉଥିବା ନଗଦ ଚାନ୍ଦାର ଏହାକୁ ବିକଳ୍ପ ଭାବେ ଦେଖା ଯାଉଛି। ଏକ ବୟାନରେ ଅର୍ଥମନ୍ତ୍ରାଳୟ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ବଣ୍ଡର ୨୧ତମ  କିସ୍ତିର ବିକ୍ରି ଅଧିକୃତ ୨୯ ଶାଖାଙ୍କ ମାଧ୍ୟମରେ କରିବେ। ଏହି ଶାଖାଗୁଡିକ ଇଲୋକ୍ଟୋରାଲ ବଣ୍ଡ ଜାରି ଓ ଭଙ୍ଗେଇବା ଲାଗି ଅଧିକୃତ ରହିବେ।

ଏହି ଅଧିକୃତ ଏସବିଆଇ ଶାଖାଙ୍କ ମଧ୍ୟରେ ଏସବିଆଇ ଲକ୍ଷ୍ନୌ, ଶିମଲା, ଡେରାଡୁନ ,କୋଲକାତା ଗୌହାଟୀ, ଚେନ୍ନାଇ, ପାଟନା, ନୂଆଦିଲ୍ଲୀ, ଚଣ୍ଡିଗଡ଼, ଶ୍ରୀନଗର, ଗାନ୍ଧିନଗର, ଭୋପାଲ, ରାୟପୁର ଓ ମୁମ୍ବାଇ ଆଦି ରେ ବଣ୍ଡ ବିକ୍ରି ଓ ଭଙ୍ଗାଯାଇପାରିବ। ଚଳିତବର୍ଷ ଶେଷରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ବଣ୍ଡର ୨୦ତମ କିସ୍ତି ୧ ଏପ୍ରିଲରୁ ୧୦ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଚାଲିଥିଲା। ଏହାର ପ୍ରଥମ କିସ୍ତି ୧ରୁ ୧୦ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ହୋଇଥିଲା।

ଇଲେକ୍ଟୋରାଲ ବଣ୍ଡ ଜାରି କରିବା ଲାଗି କେବଳ ଏସବିଆଇ ପ୍ରାଧିକୃତ ଅଛନ୍ତି। ଏହି ବଣ୍ଡ ଜାରି ହେବା ଦିନରୁ ୧୫ ଦିନ ପର୍ଯ୍ୟନ୍ତ ବୈଧ ରହେ। ଯଦି ବୈଧ ଅବଧି ସମାପ୍ତ ହେବା ପରେ ବଣ୍ଡ ଜମା କରିଦିଆଯାଏ ତେବେ କୌଣସି ରାଜନୈତିକ ଦଳଙ୍କୁ କିଛି ବି ପୈଠ କରାଯିବ ନାହିଁ। ଇଲୋକ୍ଟୋରାଲ ବଣ୍ଡ ଦେଶର ନାଗରିକ ଓ ଦେଶରେ ସ୍ଥାପିତ ସଂସ୍ଥାମାନେ କିଣି ପାରିବେ। ସେହି ପଞ୍ଜିକୃତ ରାଜନୈତିକ ଦଳ ଯିଏ ଗତ ଲୋକସଭା ନିର୍ବାଚନରେ ଅନୁନ୍ୟ ୧ ପ୍ରତିଶତ ଭୋଟ ପାଇଥିଲେ ନିର୍ବାଚନ  ବଣ୍ଡରୁ ଅର୍ଥ ପ୍ରାପ୍ତି ଲାଗି ପାତ୍ର ହୋଇପାରିବେ।

   Related Posts