ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ, LICର ଅନ୍ତରୀଣ ଅଧ୍ୟକ୍ଷ ହେଲେ ସିଦ୍ଧାର୍ଥ ମହାନ୍ତି

11/03/2023 at 11:10 PM

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନିର ଗୁରୁ ଦାୟିତ୍ୱ ଓଡ଼ିଆଙ୍କ ହାତରେ । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆସନ୍ତା ତିନି ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ମାର୍ଚ୍ଚ ୧୪ରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନଥିବା ବୀମା କମ୍ପାନି ସ୍ପଷ୍ଟ କରିଛି । ସୂତ୍ର ଅନୁସାରେ ସିଦ୍ଧାର୍ଥ ମହାନ୍ତି ନିଜର ପୂର୍ବ ଦାୟିତ୍ୱ ସହ ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ଏଲଆଇସି ଏହି ସୂଚନା ଦେଇଛି ।

ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଅଛନ୍ତି । ୨୦୨୧ ଫେବ୍ରୁଆରୀ ୧ରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଏଲଆଇସିର ନେତୃତ୍ୱ ଜଣେ ଅଧ୍ୟକ୍ଷ ଏବଂ ଚାରି ଜଣ ଏମଡି ହାତରେ ରହିଥାଏ । ବର୍ତ୍ତମାନ ସମୟରେ ବିଷ୍ଣୁ ଚରଣ ପଟ୍ଟନାୟକ, ଆଇପେ ମିନି, ସିଦ୍ଧାନ୍ତ ମହାନ୍ତି ଏବଂ ରାଜ କୁମାର କମ୍ପାନିରେ ଏମଡି ଅଛନ୍ତି । ଏମଆର କୁମାର କମ୍ପାନିର ଅଧ୍ୟକ୍ଷ ଅଛନ୍ତି ।

ଗ୍ରସ୍ ରିଟର୍ଣ୍ଣ ପ୍ରିମିୟମ ମାମଲାରେ ଏଲଆଇସି ହେଉଛି ଭାରତର ସବୁଠୁ ବଡ଼ ଏବଂ ବିଶ୍ୱର ପଞ୍ଚମ ବୃହତ ବୀମା କମ୍ପାନି । ଏହାସହ ମୋଟ ସମ୍ପତ୍ତି ମାମଲାରେ ଏହା ବିଶ୍ୱର ଦଶମ ସବୁଠୁ ବଡ଼ କମ୍ପାନି । ଅନ୍ୟପଟେ ବ୍ରାଣ୍ଡରେ ଏଲଆଇସି ହେଉଛି ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବୀମା କମ୍ପାନି ।

   Related Posts