RBIର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ସ୍ବାମୀନାଥନ ଜାନକୀରମନ, ନିଯୁକ୍ତ କଲେ କେନ୍ଦ୍ର ସରକାର
20/06/2023 at 5:26 PM

ନୂଆଦିଲ୍ଲୀ, ୨୦/୦୬: ଭାରତ ସରକାର ମଙ୍ଗଳବାର ସ୍ବାମୀନାଥନ ଜାନକୀରମନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଡେପୁଟୀ ଗଭର୍ଣ୍ଣର ଭାବରେ ନିଯୁକ୍ତି କରିଛନ୍ତି। ସେ ତିନି ବର୍ଷ ପାଇଁ ଏହି ପଦ ସମ୍ଭାଳିବେ। ଜାନକୀରମନ ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବରେ କାମ କରୁଛନ୍ତି। ତେବେ ସେ ବର୍ତ୍ତମାନର ଡେପୁଟୀ ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ ସ୍ଥାନ ନେବେ। ମହେଶଙ୍କ କାର୍ଯ୍ୟକାଳ ଜୁନ୍ ୨୨ରେ ସମାପ୍ତ ହେବାକୁ ଯାଉଛି।
ଆହୁରି ପଢ଼ନ୍ତୁ: ଆଭିଏସନ ଉଦ୍ୟୋଗର ସବୁଠୁ ବଡ଼ ଡିଲ୍, ଏକାସଙ୍ଗରେ ୫୦୦ ବିମାନ ଅର୍ଡର ଦେଲା IndiGo
ଜୈନଙ୍କୁ ଡେପୁଟି ଗଭର୍ଣ୍ଣର ଭାବରେ ଜୁନ୍ ୨୦୧୮ରେ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା। ଏହାପରେ ପୁଣି ତାଙ୍କୁ ଜୁନ୍ ୨୦୨୧ରେ ପୁଣି ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା । ଜୈନ୍ ଡିପାର୍ଟମେଣ୍ଟ ପରିଚାଳନା, ଆର୍ଥିକ ନିଷ୍ପତ୍ତି ଏବଂ ଉନ୍ନତି, ଗ୍ରାହକ ସୁରକ୍ଷା ଭଳି ଦାୟିତ୍ବରେ ରହିଛନ୍ତି।
କେନ୍ଦ୍ର ସରକାର ଜୁନ୍ ୧ରେ ଆରବିଆଇର ଡେପୁଟି ଗଭର୍ଣ୍ଣର ପଦ ପାଇଁ ଆଶାୟୀଙ୍କ ଇଣ୍ଟରଭ୍ୟୁ ହୋଇଥିଲା। ଯେଉଁ ଆଶାୟୀଙ୍କ ଇଣ୍ଟରଭ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରେ ୟୁନିୟନ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀନିବାସନ ବରଦରାଜନ, ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଇଓ ଏଏସ ରାଜୀବ, ୟୁକୋ ବ୍ୟାଙ୍କ୍ର ଏମଡି ଏବଂ ସିଇଓ ସୋମା ଶଙ୍କର ପ୍ରସାଦ, ଇଣ୍ଡିଆନ ବ୍ୟାଙ୍କର ଏମଡି ଏବଂ ସିଇଓ ଏସ ଏଲ ଜୈନ ଏବଂ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନର୍ଦ୍ଦେଶକ ସ୍ବାମିନାଥନ ସାମିଲ୍ ଥିଲେ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, କ୍ୟାବିନେଟ୍ ସଚିବ, ଆର୍ଥିକ ସେବା ସଚିବ ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଏକ ପ୍ୟାନେଲଙ୍କ ନିରୀକ୍ଷଣରେ ଏହି ସାକ୍ଷାତକାର ହୋଇଥିଲା।
ଆହୁରି ପଢ଼ନ୍ତୁ: ବଜାରରୁ ଗାଏବ ହେଉଛି କି ୫୦୦ ଟଙ୍କିଆ ନୋଟ୍ ? ମିଡିଆ ରିପୋର୍ଟକୁ ନେଇ କ’ଣ କହିଲା RBI?