ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ନୂଆବର୍ଷରେ ବିବାହ କରୁଥିବା ଯୁବତୀଙ୍କ ପାଇଁ ଖୁସି ଖବର : ୧୦ଗ୍ରାମ୍ ସୁନା ଗହଣା ଦେବେ ସରକାର

31/12/2019 at 11:07 AM

ନୂଆବର୍ଷରେ ବିବାହ କରିବାକୁ ଯାଉଥିବା ଯୁବତୀମାନଙ୍କ ପାଇଁ ଖୁସି ଖବର। ଯୁବତୀଙ୍କୁ ସରକାରଙ୍କ ତରଫରୁ ୧୦ଗ୍ରାମର ସୁନା ଉପହାର ଭାବେ ଦିଆଯିବ। ଏହି ସ୍କିମ୍ ୨୦୨୦ମସିହା ଜାନୁୟାରୀ ୧ତାରିଖରୁ ଲାଗୁ ହେବ। ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ରଖାଯାଇଛି।

ପ୍ରକୃତରେ ଆସାମ ସରକାର ଜାନୁୟାରୀ ୧ତାରିଖରୁ ଯୁବତୀଙ୍କୁ ୧୦ଗ୍ରାମ୍ ସୁନା ଉପହାର ଦେବ। ଆସାମର ବିଜେପି ସରକାର ଗତ ମାସରେ ଏହି ଘୋଷଣା କରିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ଏହି ଯୋଜନାର ନାଁ ‘ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା’ ରଖିଛନ୍ତି।

ଏହି ଯୋଜନାର ଲାଭ ଉଠାଇବା ପାଇଁ ସର୍ତ୍ତଗୁଡ଼ିକ ହେଉଛି- ଯୁବତୀଙ୍କ ପରିବାର ଲୋକଙ୍କୁ ବିବାହ ପାଇଁ ପଞ୍ଜୀକୃତ କରିବାକୁ ପଡ଼ିବ। ଯୁବତୀ ଅତି କମରେ ଦଶମ ଶ୍ରେଣୀ ଯାଏଁ ପଢ଼ିଥିବା ଆବଶ୍ୟକ।

ଏହା ବ୍ୟତୀତ ଯୁବତୀଙ୍କ ପରିବାରର ବାର୍ଷିକ ଆମଦାନୀ ୫ଲକ୍ଷ ଟଙ୍କାରୁ କମ୍ ହେବା ଆବଶ୍ୟକ। ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନାର ଲାଭ ଯୁବତୀଙ୍କ ପ୍ରଥମ ବିବାହରେ ମିଳିବ। ଅର୍ଥାତ୍ ଦ୍ବିତୀୟ ବିବାହରେ ଏହାର ଲାଭ ମିଳିବ ନାହିଁ।

ଯୁବତୀଙ୍କୁ ୧୦ଗ୍ରାମର ଗହଣା ମିଳିବ ନାହିଁ, ବିବାହର ରେଜିଷ୍ଟେସନ ଏବଂ ଭେରିଫିକେସନ ପରେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦,୦୦୦ଟଙ୍କା ଜମା କରାଯିବ।

ଏହା ପରେ ଯୁବତୀଙ୍କ ପରିବାର ଲୋକେ କିଣିଥିବା ଗହଣାର ବିଲ୍ ସବମିଟ୍ କରିବେ। ପ୍ରକୃତରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯେ ଏହି ଟଙ୍କାର ବ୍ୟବହାର ଅନ୍ୟ କୌଣସି କାମ ପାଇଁ ବ୍ୟବହୃତ ହେବ ନାହିଁ।

ଲାଭ ଉଠାଇବା ପାଇଁ ବିବାହକୁ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଜରିଆରେ ରେଜିଷ୍ଟାର କରିବାକୁ ପଡ଼ିବ। ଯେଉଁ ଯୁବତୀଙ୍କ ବିବାହ ହେଉଥିବା ତାଙ୍କ ବୟସ ଅତି କମରେ ୧୮ବର୍ଷ ଏବଂ ଯୁବକଙ୍କ ବୟସ ୨୧ବର୍ଷ ହୋଇଥିବା ଆବଶ୍ୟକ। ସରକାରଙ୍କ ଏହି ଯୋଜନାରେ ଗରିବ ପରିବାର ଲାଭବାନ୍ ହେବେ।

   Related Posts