5-Tକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଅରୁଣ କହିଲେ ଜୟନାରାୟଣଙ୍କୁ ଲାଗିଛି 5-T ଭୂତ

Published By : Prameya-News7 Bureau | March 14, 2023 IST

ଭୁବନେଶ୍ବର ୧୪।୩: ବିଧାନସଭାରେ ପୁଣି ଉଠିଲା 5-T ପ୍ରସଙ୍ଗ । ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ । ଡ୍ରପଆଉଟ ରେସିଓରେ ଭାରତ ବର୍ଷରେ ଓଡିଶା ୧ ନଂ । ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି । ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁନାହିଁ କି ? ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଉଦାହରଣ ଦେଇ କହିଲେ, ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ୬ଷ୍ଠ ଶ୍ରେଣୀର ପିଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହିପାରୁନି । ଏହା କ’ଣ ସରକାରଙ୍କ 5-T ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇ କହିଛନ୍ତି, ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି ଯାହା କି ହାସ୍ୟାସ୍ପଦ ।  5-T କ’ଣ ତାହା ବୁଝିଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି । ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ ସେଇଟା ହିଁ 5-T । ବିରୋଧୀ ଦଳ ନେତା 5-Tଠୁ ନେଇ ପାକିସ୍ତାନରେ ପହଞ୍ଚିଲେଣି । ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି । ପାକିସ୍ତାନରେ କ’ଣ କ’ଣ କରି ନିର୍ବାଚନ ଜିତୁଛନ୍ତି । 5-Tକୁ ନେଇ ଯାହା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି 5-Tକୁ ଅନୁକରଣ କରୁଛନ୍ତି । ତାଙ୍କୁ 5-T ଭୂତ ଲାଗିଛି । 5-T ହେଉଛି ଏକ ଚିନ୍ତାଧାରା ଏକ ବିଚାରଧାରା । ସବୁଠି 5-T ଜରିଆରେ ସ୍କୁଲର ରୂପାନ୍ତରିତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀରେ ହେଉଛି । ସବୁଜ ରଙ୍ଗ କଥା ଯଦି କହୁଛନ୍ତି ପରିବା ଖାଇବା ଛାଡି ଦିଅନ୍ତୁ । 5-T ଭୁତ ଛାଡ଼ନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.