ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା, ମେଡିକାଲ ଆସିବା ବେଳକୁ ମୃତ୍ୟୁ ହୋଇସାରିଥିଲା- ମେଡିକାଲ ଅଫିସର

Published By : Prameya-News7 Bureau | December 20, 2022 IST

କଣ୍ଟାବାଞ୍ଜି ୨୦।୧୨: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା । ମେଡିକାଲ ଆସିଲା ବେଳକୁ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇସାରିଥିଲା । ତାଙ୍କର ବେକରେ ଏକ ଚିହ୍ନ ଥିଲା । ତେବେ ତାହା ରଶି କି ଗାମୁଛାର ତାହା ଜଣାପଡିନାହିଁ । ପୋଷ୍ଟମର୍ଟମ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି କହିଛନ୍ତି ମେଡିକାଲ ଅଫିସର ଡାକ୍ତର ଏସ୍‌ପିଡି ପଣ୍ଡା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ମାମଲାରେ ଗିରଫ ହୋଇ କଣ୍ଟାବଞ୍ଜି ଜେଲ୍‌ରେ ଥିଲେ ଗୋବିନ୍ଦ ସାହୁ। ମଙ୍ଗଳବାର ଦିନ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ । ତାପୂର୍ବରୁ ସେ କଣ୍ଟାବାଞ୍ଜି ଜେଲ୍‌ରେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ଏହାପରେ ଜେଲ୍‌ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଗୋବିନ୍ଦ ସାହୁଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.