ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ତଦନ୍ତ କରିବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
25/12/2022 at 2:34 PM

ଭୁବନେଶ୍ୱର ୨୫।୧୨ : ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ମାମଲାର ତଦନ୍ତ କରିବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ । ଏନେଇ ନିର୍ଦ୍ଦେଶ ଦେଲେ ଜେଲ୍ ଡିଜି ମନୋଜ ଛାବ୍ରା ।
ସେହିପରି ଗୋବିନ୍ଦ ସାହୁଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ମାଜିଷ୍ଟ୍ରେଟ୍କୁ ଦିଆଯିବ । ଏନଏଚଆରସି ଗାଇଡଲାଇନ୍ ଅନୁଯାୟୀ ତଦନ୍ତକୁ ତ୍ବରାନ୍ବିତ କରାଯିବ । ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଜେଲ ଡିଜି ।
ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବିଚାରାଧିନ କଏଦୀ ଥିଲେ ଗୋବିନ୍ଦ । ହେଲେ ଗତ ୨୦ ତାରିଖ ଦିନ କଣ୍ଟାବାଂଜି ଜେଲ୍ ରେ ବନ୍ଦୀ ଥିବା ଗୋବିନ୍ଦ ଏକ ଗଛରେ ଗାମୁଛା ଲଗାଇ ଝୁଲିପଡିଥିଲେ । ଗୋବିନ୍ଦଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023