‘ମହିଳା ରାଜ୍ୟପାଳଙ୍କ ସହ ଭେଦଭାବର ଲେଖାଯିବ ଇତିହାସ’, କେସିଆରଙ୍କୁ ଟାର୍ଗେଟ କଲେ ସୌନ୍ଦରାରାଜନ
8/09/2022 at 6:05 PM

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତମିଲିସାଇ ସୌନ୍ଦରାରାଜନ ରାଜ୍ୟର କେସିଆର ସରକାରଙ୍କ ଉପରେ ବହୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏକ କାର୍ଯ୍ୟକ୍ରମରେ ନିଜ ସହ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଭେଦଭାବ କଥା ଉଲ୍ଲେଖ କରି କହିଛନ୍ତି, ଜଣେ ମହିଳା ରାଜ୍ୟପାଳଙ୍କ ସହ କିପରି ଭେଦଭାବ କରାଯାଉଥିଲା ତାହା ରାଜ୍ୟର ଇତିହାସରେ ଲେଖାଯିବ।
ରାଜ୍ୟପାଳ ସୌନ୍ଦରାରାଜନ କହିଛନ୍ତି, ‘ତାଙ୍କୁ ଅଭିଭାଷଣର ଅନୁମତି ଦିଆଗଲା ନାହିଁ ଏବଂ ଏପରିକି ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉଡାଇବାକୁ ଦିଆଗଲା ନାହିଁ। ମୋର ଗସ୍ତ ସମୟରେ ପ୍ରୋଟୋକଲ ପାଳନ କରାଯାଉ ନାହିଁ। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ମର୍ଯ୍ୟଦାର ଧ୍ୟାନ ରଖାଯିବା ଦରକାର’।
#WATCH | Telangana Gov Tamilisai Soundararajan says, “…The state will write history how a woman Governor was discriminated. I was denied the Governor’s Address&the hosting of the flag on Republic Day. Even now wherever I go protocol isn’t followed. Office should be respected..” pic.twitter.com/Bb39hXW6Ux
— ANI (@ANI) September 8, 2022
ରାଜଭବନରେ ସୌନ୍ଦରାରାଜନଙ୍କ ତିନି ବର୍ଷ ପୂରଣ ହୋଇଛି। ତେଲେଙ୍ଗାନାର ଲୋକଙ୍କ ସେବାରେ ଚତୁର୍ଥ ବର୍ଷର ଆରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଅପମାନିତ କରାଯାଇଛି।