ଦେବଗଡ଼: ସୋମବାର ରାଜ୍ୟପାଳ ରଘୁବର ଦାସ ଦିନିକିଆ ଦେବଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଆସି ଫେରି ଯାଇଛନ୍ତି । ରାଜ୍ୟପାଳ ସକାଳୁ ଭୁବନେଶ୍ବରରୁ ବାହାରି ୧୦ ଟା ସମୟରେ ଦେବଗଡ ସହର ବଡବଗିଚା ଠାରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସେ ପ୍ରଥମେ ଦେବଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ପ୍ରଧାନପାଟେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହା ପରେ ସେ ସଡକ ପଥରେ ବାରକୋଟ ବ୍ଲକର ଧଉରାଖମଣ ଯାଇ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଶିଶୁ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ।
wp:heading {"level":4}Also read- ଉଦୟପୁର ବେଳାଭୂମିରେ କଇଁଛଙ୍କ ଅଣ୍ଡାଦାନ, ମୁରଲିଚଢ ହେଚାରୀରେ ରଖିଛି ବନବିଭାଗ
/wp:headingଏହାପରେ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆଶା କର୍ମୀ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟପାଳ ବାରକୋଟ ମିଶନ ଶକ୍ତି ଭବନ ଠାରେ ଆୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବା ସମୟରେ ସେମାନଙ୍କ ଆୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ରାଜ୍ୟପାଳ ବଳମ ଗ୍ରାମ କିଶାନ ସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
{"id":917058,"sizeSlug":"full","linkDestination":"none"}
ପରେ ପରେ ବଳମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକମାନଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝିଥିଲେ। ସେହିପରି ଅପରାହ୍ନରେ ତିଳେଇବଣୀ ବ୍ଲକର କଳାମାଟି ଠାରେ ଥିବା ଏକଲବ୍ୟ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟପାଳ ଅପରାହ୍ନ ୫ଟା ସମୟରେ ଦେବଗଡରୁ ହେଲିକେପ୍ଟର ଯୋଗେ ଭୁବନେଶ୍ବର ଫେରିଯାଇଥିଲେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା ।