ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ, କହିଲେ- ଯେଉଁ ପ୍ରତିଶୃତି ଦିଆଯାଇଛି, ତାହା ପୂରଣ ହେବ...

Published By : Prameya-News7 Bureau | July 22, 2024 IST

ଭୁବନେଶ୍ୱର ୨୨।୦୭ : ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ । ରାଜ୍ୟରେ ନୂଆ ସରକାର ଗଠନ ପରେ ଏହା ପ୍ରଥମ ଅଧିବେଶନ । ୨୭ ଦିନିଆ କାର୍ଯ୍ୟଦିବସ ଥିବା ଅଧିବେଶନର ଆଜି ପ୍ରଥମ ଦିନ । ଗୃହ ଆରମ୍ଭରୁ ରାଜ୍ୟପାଳ ରଘୁବାର ଦାସଙ୍କ ଅଭିଭାଷଣ ଦେଇଛନ୍ତି । 

ଜୟ ଜଗନ୍ନାଥ କହି ଅଭିଭାଷଣରେ ଆରମ୍ଭ କରିଛନ୍ତି ରାଜ୍ୟପାଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ସରକାର ନିରପେକ୍ଷତା ସହ କାମ କରୁଛି । ଆଉ ଆଗକୁ ମଧ୍ୟ କରିଚାଲିବ । ରାଜ୍ୟରେ ଓଡିଆ ଅସ୍ମିତାକୁ ଆଧାର କରି ସରକାର ସମସ୍ତ କାମ କରିବେ । ଓଡିଶାର ଗୌରବ ମୋ ସରକାରର କେନ୍ଦ୍ରରେ ରହିବ । ଆଉ ଯୁବକମାନଙ୍କୁ ରୋଜଗାର ଦେବା ମୋ ସରକାର ପ୍ରଥମ ଲକ୍ଷ୍ୟ । 

ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିକାଶ ପାଇଁ ୫୦୦ କୋଟିର ଫାଣ୍ଠି ରଖାଯାଇଛି । ଯେଉଁଥିରେ ମନ୍ଦିର ବିକାଶ କାମ କରାଯିବ । ମୋ ସରକାରରେ ସହିଦଙ୍କ ତ୍ୟାଗ ଓ ବଳିଦାନ ସାଜିଛି ପ୍ରେରଣା । ଓଡିଶାରେ ପ୍ରଚୁର ପରିମାଣର ପ୍ରାକୃତିକ ସଂପଦ ରହିଛି । ତେଣୁ ଆଗାମୀ ଦିନରେ ସେହି ସବୁ ପ୍ରାକୃତିକ ସଂପଦର ବ୍ୟବହାର କରାଯାଇ ବିକାଶ କରାଯିବ । ଯେଉଁ ସବୁ ପ୍ରତିଶୃତି ଦିଆଯାଇଛି । ତାହାକୁ ଆଗାମୀ ଦିନରେ ପୂରଣ କରାଯିବ । ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଆମର ଲକ୍ଷ୍ୟ । ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଠନ କରାଯିବ । 

ଦୁର୍ଗମ ଇଲାକାରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ମୋବାଇଲ୍ ଚିକିତ୍ସା କେନ୍ଦ୍ର କାମ କରିବ । ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ସ୍ଥାପନ କରାଯିବ । ଓଡ଼ିଶାକୁ ଏକ ପ୍ରମୂଖ ପର୍ଯ୍ୟଟନ ସ୍ଥଳୀରେ ପରିବର୍ତ୍ତନ କରାଯିବ, କଳା ସଂସ୍କୃତି ବିକାଶ ପାଇଁ ସ୍ବତନ୍ତ୍ର ସର୍କିଟ ନିର୍ମାଣ କରାଯିବ । ରାଜ୍ୟର କିଛି କ୍ଷେତ୍ରରେ ବିକାଶ ସମାନ ରୂପରେ ପହଞ୍ଚି ପାରିନି, କ୍ଷେତ୍ରୀୟ ଅସମାନତା ଦୂର ପାଇଁ ମୋ ସରକାର କାମ କରିବ ବୋଲି ରାଜ୍ୟପାଳ କହିଛନ୍ତି । ସଡ଼କ ଓ ରେଳ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଶକ୍ତି ଭିତ୍ତିଭୂମି ସୁଦୃଢ କରିବା ମୋ ସରକାରର ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଛନ୍ତି । ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ସୋଲାର୍ ପ୍ୟାନେଲ୍ ଯୋଗାଇ ଦିଆଯିବ । ଭାରତ ସରକାରଙ୍କ ମଡେଲ୍ ଅନୁଯାୟୀ ଗ୍ରୀନ ଇଣ୍ଡଷ୍ଟ୍ରିଆଲ୍ ପଲିସି କାର୍ଯ୍ୟକାରୀ କରାଯିବ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବେବ । ମୋ ସରକାରର ମନ୍ତ୍ର ରହିବ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ।

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.