ନେତାଜୀଙ୍କ ଜୟନ୍ତୀ ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

Published By : Prameya-News7 Bureau | January 23, 2019 IST

କଟକ ୨୩/୧ : ଆଜି ନେତାଜୀଙ୍କ ଜୟନ୍ତୀ | କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ନେତାଜୀଙ୍କ ସଂଗ୍ରହାଳୟ ହୋଇଛି | ଜନ୍ମ ଜୟନ୍ତୀ ଅବସରରେ ସଂଗ୍ରହାଳୟକୁ ଖୁବ ସୁନ୍ଦର ଭାବେ ସଜାଯାଇଛି | ସଂଗ୍ରହାଳୟରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା | ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପହଂଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି | ଦେଶ ସ୍ବାଧୀନ ହେବାରେ ନେତାଜୀଙ୍କର ପ୍ରମୁଖ ଭୂମିକା ରହିଥିଲା | ନେତାଜୀ ହିଁ ଇଂରେଜମାନଙ୍କୁ ଦେଶରୁ ତଡିବାରେ ମୁଖ୍ୟ ଭୂମିକା ନେଇଥିଲେ | ନେତାଜୀ ସଂଗ୍ରହାଳୟ ହେଉଛି ଜାତୀୟ ସମ୍ପତି | ସମସ୍ତେ ଏହାର ସୁରକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ |

{"id":77148}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.