ଯୋଡ଼ାରେ ଭ୍ୟାଲିସିଟି ବୁକ୍ ଫେୟାରର କଲେ ଉଦଘାଟନ କଲେ ରାଜ୍ୟପାଳ, ବଡ଼ବିଲରେ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି କଲେ ପରିଦର୍ଶନ

Published By : Prameya-News7 Bureau | January 06, 2023 IST

ବଡ଼ବିଲ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ବଡ଼ବିଲ ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଡ଼ାରେ ଆୟୋଜିତ ବୁକ୍ ଫେୟାରର ଉଦଘାଟନ କରିବା ସହ ବଡ଼ବିଲ, ସେରେଣ୍ଡା ଠାରେ ଥିବା ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମ ପରିଦର୍ଶନ କରିଛନ୍ତି ।

ରାଜ୍ୟପାଳ, ସକାଳ ୦୧ ଟା ୧୮ ମିନିଟରେ ଯୋଡ଼ାରେ ପହଞ୍ଚିବା ପରେ ସେଠାରୁ ଯୋଡ଼ା ଇଷ୍ଟ ଟାଉନସିପରେ ଆୟୋଜିତ ଭ୍ୟାଲିସିଟି ବୁକ୍ ଫେୟାରକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ସମାଜସେବୀ ଡ. ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ  ଓ ବୁକ୍ ଫେୟାର ଆୟୋଜନ କମିଟିର ଆବାହକ ତାରିଣୀ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।  ବୁକ୍ ଫେୟାର୍ ୫ ଦିନ ଧରି ଚାଲିବାକୁ ଥିବାବେଳେ, ଏଥିରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ବିଶିଷ୍ଟ ଲେଖକ ଲେଖିକାଙ୍କ ପୁସ୍ତକ ସ୍ଥାନପାଇଛି ।

ଏହାପରେ ଦିନ ୨ ଟା ୩୦ ମିନିଟ୍ ସମୟରେ ବଡ଼ବିଲ, ସେରେଣ୍ଡା ସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତିକୁ ଯାଇ ପରିଦର୍ଶନ କରିବା ସହ ଆଶ୍ରମର ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ଏଥିସହିତ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହି ଅବସରରେ ରାଜ୍ୟପାଳ ଆଦିବାସୀ ବିକାଶ ସମିତିର କୁନି କୁନି ଅନ୍ତେବାସୀଙ୍କ ସହ କଥା ହେବା ସହ ସେମାନଙ୍କୁ କୋଳେଇ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.