ନୀଳଗିରି ଗସ୍ତରେ ରାଜ୍ୟପାଳ ରଘୁବର ଦାସ : ଜନତାଙ୍କୁ ଭେଟିଲେ, ବ୍ୟବସ୍ଥା ସଂପର୍କରେ ବୁଝିଲେ

Published By : Prameya-News7 Bureau | February 02, 2024 IST

ନୀଳଗିରି ୦୨।୦୨ : ରାଜ୍ୟପାଳ ରଘୁବର ଦାସଙ୍କ ବାଲେଶ୍ୱର ଜିଲ୍ଲା ନୀଳଗିରି ମର୍ଦ୍ଦରାଜପୁର ଗାଁ ଗସ୍ତ । ଏହି ଗସ୍ତ ଅବସରରେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନର ସମୀକ୍ଷା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ମିନତୀ ମଣ୍ଡଳଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଦୃଷ୍ଟି ଶକ୍ତିନଥିବା ଅନ୍ନପୂର୍ଣ୍ଣା ପାତ୍ର ଏବଂ ତାଙ୍କ ଚାଳଘର ଉପରେ ନଜର ପଡିଥିଲା । ଅନ୍ନପୂର୍ଣ୍ଣାଙ୍କ ଘରକୁ ଯାଇଥିଲେ ମହାମହିମ । ପରେ ଗାଁରେ ଥିବା ସ୍କୁଲକୁ ଯିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ । ଶେଷରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ଫସଲବୀମା ଯୋଜାନର ସମୀକ୍ଷା କରିବା ସହ ଅର୍ଗାନିକ ଚାଷ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.