‘ରାଜଭବନର ଜାସୁସୀ କରାଯାଉଛି’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସଙ୍ଗୀନ ଅଭିଯୋଗ
21/11/2023 at 5:33 PM

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସରକାରଙ୍କ ସହ ବଢ଼ୁଥିବା ତିକ୍ତତା ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ମଙ୍ଗଳବାର କହିଛନ୍ତି ଯେ, ତାଙ୍କର ସରକାରୀ ଆବାସ ରାଜଭବନରେ ନଜର ରଖିବାକୁ ଚେଷ୍ଟା କରାଯାଉଛି। ଆଉ ଏନେଇ ତାଙ୍କ ପାଖରେ ବିଶ୍ବସ୍ତ ସୂଚନା ଥିବା କଥା ମଧ୍ୟ ସେ ଦାବି କରିଛନ୍ତି। ରାଜ୍ୟପାଳ କହିଛନ୍ତି ମାମଲାକୁ ନେଇ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି । ସେ ଆହୁରି କହିଛନ୍ତି ଆଗକୁ କ’ଣ ହେଉଛି ତାହା ଦେଖିବା ବାକି ରହିଲା।
ସୂଚନାଥାଉକି, ରାଜ୍ୟପାଳ ବୋଷଙ୍କ ରାଜ୍ୟ ସରକାରଙ୍କ ସହ ଅନେକ ମାମଲାରେ ତିକ୍ତତା ଦେଖିବାକୁ ମିଳିଛି। ଚଳିତ ମାସ ଆରମ୍ଭରେ ରାଜ୍ୟପାଳ ରବିନ୍ଦ୍ରନାଥ ଟାଗୋରଙ୍କ ନାମଫଳକକୁ ନେଇ ବିଶ୍ବବିଦ୍ୟାଳୟରୁ ରିପୋର୍ଟ ମାଗିଥିଲେ। ସେ ରାଜଭବନର ଉତ୍ତର ଦ୍ବାରର ନାମ ମଧ୍ୟ ପରିବର୍ତ୍ତନ କରି ଏବଂ ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ଗେଟ ରଖିଥିଲେ। ଏହି ସବୁ ସେତେବେଳେ ହୋଇଥିଲା, ଯେତେବେଳେ କ୍ୟାମ୍ପସ ଭିତରେ ଟାଗୋରଙ୍କ ନାଁ ବିନା ନାମଫଳକ ଲଗାଯାଇଥିଲା। ଏହାକୁ ନେଇ ବଡ଼ ବିବାଦ ମଧ୍ୟ ହୋଇଥିଲା।
ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣାରେ ଟିଏମସି ନେତାଙ୍କୁ ଗୁଳିମାରି ହତ୍ୟା
ନିକଟରେ ରାଜ୍ୟପାଳ କହିଥିଲେ ଯେ, ପଶ୍ଚିମବଙ୍ଗରେ ହିଂସା ସଂସ୍କୃତି ବନ୍ଦ ହେବା ଦରକାର। ସେ କହିଛନ୍ତି ଦକ୍ଷିଣ ୨୪ ପରଗଣାରେ ଟିଏମସି ନେତାଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ହତ୍ୟା କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟପାଳ ଆହୁରି କହିଥିଲେ ପଶ୍ଚିମବଙ୍ଗରେ ପୋଡ଼ାଜଳା, ଲୁଟ୍ ଏବଂ ହତ୍ୟା ସାଧାରଣ କଥା ହୋଇପଡ଼ିଛି।