Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମମତା ବିଧାୟକ ହେବା ମାତ୍ରେ ବାଚସ୍ପତିଙ୍କ ଶକ୍ତି କମାଇ ଦେଲେ ରାଜ୍ୟପାଳ, ଶପଥ ପାଠ ବି କରାଇ ପାରିବେ ନାହିଁ

4/10/2021 at 8:46 PM

କୋଲକାତା ୦୪।୧୦: ବାଚସ୍ପତିଙ୍କ ଶକ୍ତି କମାଇ ଦେଲେ ରାଜ୍ୟପାଳ। ରାଜ୍ୟ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀଙ୍କଠୁ ବିଧାୟକଙ୍କୁ ଶପଥ କରାଇବାର ଶକ୍ତି ଛଡାଇ ନେଲେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ। ପ୍ରଥମ ଥର ପଶ୍ଚିମବଙ୍ଗରେ ରାଜ୍ୟପାଳ ଏହି ପରି ପଦକ୍ଷେପ ନେଇଛନ୍ତି। ରାଜ୍ୟପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତିଙ୍କ ସହ ପୂର୍ବରୁ ଥିବା ତାଙ୍କ ତିକ୍ତତା ଆହୁରି ବଢିବାର ସମ୍ଭାବନା ରହିଛି। ଭବାନୀପୁର ଉପ ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଆସନ୍ତା ମାସ ଚାରି ତାରିଖ ପୂର୍ବରୁ ବିଧାନସଭାର ସଦସ୍ୟ ଭାବେ ଶପଥ ନେବା ଜରୁରୀ।

ବିଧାନସଭାର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଭବାନୀପୁର ଓ ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ସିଟ୍‌ରେ ଉପ ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ରାଜଭବନ ତରଫରୁ ବାଚସ୍ପତିଙ୍କ ଦପ୍ତରକୁ ଏକ ଚିଠି ଆସିଥିଲା। ଏହି ଚିଠିରେ ସମ୍ବିଧାନର ଅନୁଚ୍ଛେଦ ୧୮୮ ଉଲ୍ଲେଖ ରହିଥିଲା, ଯାହା ରାଜ୍ୟପାଳଙ୍କୁ ଶପଥ ପାଠ କରାଇବାର ଶକ୍ତି ପ୍ରଦାନ କରିଛି।

୨୦୧୯ ଜୁଲାଇରେ ପଶ୍ଚିମବଙ୍ଗର ରାଜ୍ୟପାଳ ହେବା ପରଠୁ ଜଗଦୀପ ଧନକଡ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଜାରି ରହିଛି। ଜଗଦୀପଙ୍କ ଏହି ସଦ୍ୟତମ  କାର୍ଯ୍ୟାନୁଷ୍ଠାନରେ ରାଜ୍ୟ ସରକାରଙ୍କ ସହ ତାଙ୍କର ବିବାଦ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା ଟିଏମସିର କିଛି ନେତା କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବାଚସ୍ପତି ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସେହି ସମୟରେ ସୃଷ୍ଟି ହୋଇଥିଲା, ଯେତେବେଳେ ଧନକଡ ବିଧାନସଭାରେ ନିଜ ଭାଷଣର ସିଧା ପ୍ରସାରଣ କରିବାକୁ କହିଥିଲେ। ହେଲେ ବାଚସ୍ପତି ବିମନ ବାନାର୍ଜୀ ଏହାର ଅନୁମତି ଦେଇନଥିଲେ। ବାଚସ୍ପତି ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି।

ବିଧାନସଭାର ଜଣେ ଅଧିକାରୀ କହିଛନ୍ତି, ରାଜଭବନର ଚିଠିରେ ଲେଖା ହୋଇଛି ଯେ, ମନ୍ତ୍ରୀ ଏବଂ ବିଧାୟକଙ୍କୁ ଶପଥ ଦେବାର ଅଧିକାର ରାଜ୍ୟପାଳଙ୍କୁ ମିଳିଛି। ରାଜ୍ୟପାଳ ଯେଉଁଠି ରାଜଭବନରେ ମନ୍ତ୍ରୀଙ୍କ ଶପଥ ପାଠ କରାଇଛନ୍ତି ସେଠି ବାଚସ୍ପତି ରାଜ୍ୟପାଳଙ୍କ ପ୍ରତିନିଧି ଭାବେ ଗୃହରେ ବିଧାୟକଙ୍କ ଶପଥ ପାଠ କରାଇଥାନ୍ତି।  

   Related Posts