scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଏହି ରାଜ୍ୟରେ ଗୋହତ୍ୟା ବିରୋଧରେ ଆସିଲା କଠୋର ଆଇନ, ଦୋଷୀଙ୍କୁ ମିଳିବ ଏତେ ଦଣ୍ଡ

16/02/2021 at 4:52 PM

ବେଙ୍ଗାଲୁରୁ ୧୬।୦୨: କର୍ଣ୍ଣାଟକରେ ଗୋହତ୍ୟା ବିରୋଧରେ ଆସିଲା ଆଇନ। ରାଜ୍ୟପାଳ ଭଜୁଭାଇ ଆର ବାଲା ସୋମବାର ଏ ସଂପର୍କିତ ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଆଇନରେ ଗୋଚାଲାଣ, ଅତ୍ୟାଚାର ଓ ଗୋ  ହତ୍ୟାରେ ଲିପ୍ତ ଧରା ପଡିଲେ ବ୍ୟକ୍ତିଙ୍କ  ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ବିଧେୟକ ଗତ ଡିସେମ୍ବରରେ କର୍ଣ୍ଣାଟକ ବିଧାନସଭାରେ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା। ଏହା ବିରୋଧରେ କଂଗ୍ରେସ କକ୍ଷତ୍ୟାଗ କରିଥିଲା। କର୍ଣ୍ଣାଟକ ଗୋରୁ ଗାଈ ବଧ ରୋକଥାମ ଓ ସଂରକ୍ଷଣ ବିଧେୟକ-୨୦୨୦ ଆଧାରରେ କର୍ଣ୍ଣାଟକରେ ଗୋହତ୍ୟା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯିବାର ନିୟମ ରହିଛି।

ଗାଈ ଓ ବାଛୁରୀ ବ୍ୟତୀତ ବିଧେୟକରେ ମଇଁଷି ଓ ମଇଁଷି ଛୁଆ ସଂରକ୍ଷଣର ପ୍ରାବଧାନ ରହିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଵତନ୍ତ୍ର ଅଦାଲତ ଗଠନ କରାଯିବାର ମଧ୍ୟ ପ୍ରାବଧାନ  ରହିଛି। ବିଧେୟକରେ ଗୋଶାଳା ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ମାମଲାର ଯାଞ୍ଚ ପାଇଁ ପୋଲିସକୁ ଉକ୍ତ ସମ୍ବନ୍ଧିତ କ୍ଷମତା ପ୍ରଦାନ କରାଯାଇଛି।

ଏହି ଆଇନରେ ଅତି କମରେ ତିନି ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ଦୋଷୀ ସାବ୍ୟସ୍ତ  ହେଲେ ସାତ  ବର୍ଷର ଜେଲ ଦଣ୍ଡ ହୋଇପାରେ। ସେହିପରି ୫୦  ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି।

କର୍ଣ୍ଣାଟକ ବିଧାନସଭାରେ ରାଜ୍ୟ ପଶୁପାଳନ ମନ୍ତ୍ରୀ ପ୍ରଭୁ ଚହ୍ଵାଣ ଉକ୍ତ ବିଧେୟକ ଗୃହରେ ଉପସ୍ଥାପିତ କରିଥିଲେ। ଏହା ପରେ ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କ ନେତୃତ୍ଵରେ କଂଗ୍ରେସର ବିଧାୟକ ଏହାକୁ ପ୍ରବଳ ବିରୋଧ କରିଥିଲେ। ବିରୋଧୀ ଅଭିଯୋଗ କରିଥିଲେ ଯେ, ବିଧେୟକ ଉପସ୍ଥାପନ କରିବା ସମ୍ବନ୍ଧରେ କାର୍ଯ୍ୟ ମନ୍ତ୍ରଣା ସମିତି ବୈଠକରେ ଆଲୋଚନା କରାଯାଇ ନାହିଁ।

   Related Posts