ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ଘୋଷଣା ହେଲା UP,୩୧ମାର୍ଚ୍ଚ ୨୦୨୨ ଅଥବା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ରାଜ୍ୟପାଳଙ୍କ ଆଦେଶ

Published By : Prameya-News7 Bureau | December 29, 2021 IST

ଲକ୍ଷ୍ନୌ ୨୯।୧୨:  ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ରାଜ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ୩୧ ମାର୍ଚ୍ଚ ୨୦୨୨ ଅଥବା ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରାଜ୍ୟପାଳ ବୁଧବାର ଘୋଷଣା କରିଛନ୍ତି।  ଉତ୍ତରପ୍ରଦେଶ ଜନସ୍ୱାସ୍ଥ୍ୟ ଏବଂ ମହାମାରୀ ରୋଗ ଅଧିନିୟମ ୨୦୨୦ର ଧାରା ୩ରେ ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟପାଳ ଏହି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନକୁ ଯାଉଥିବା ୟୁପି ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ଘୋଷଣା ହେବା ପରେ ଏହାକୁ ନେଇ ଏବେ ବିତର୍କ  ଆରମ୍ଭ ହୋଇଛି।

ଦେଶରେ ଏବେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ପ୍ରସରିବାରେ ଲାଗିଛି। ଏଣୁ ବିଭିନ୍ନ ରାଜ୍ୟ ଏବେ କଡ଼ା କଟକଣା ଲାଗୁ କରୁଥିବା ବେଳେ ସାର୍ବଜନିକ ସ୍ଥଳ ପୁଣି ବନ୍ଦ ହେବାରେ ଲାଗିଲାଣି। ବିବାହ, ପର୍ବ ପର୍ବାଣୀ ଅନ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କଟକଣା କରାଯାଉଛି। ଏଥିରେ ଉତ୍ତରପ୍ରଦେଶ ସରକାର ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ରାଜ୍ୟକୁ ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ଘୋଷଣା କରିଛନ୍ତି। ଫେବୃଆରୀରେ କରୋନାର ସମ୍ଭାବିତ ତୃତୀୟ ଲହର ଆଶଙ୍କାରେ ରାଜ୍ୟକୁ କରୋନା ପ୍ରଭାବିତ ଘୋଷଣା କରାଯାଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ସରକାର ଗାଇଡଲାଇନ ଜାରି କରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି।

{"id":566639,"sizeSlug":"full","linkDestination":"none"}

ମହାମାରୀ ଆକ୍ଟ ଅର୍ଥାତ କରୋନା ପ୍ରଭାବିତ ରାଜ୍ୟ ଘୋଷିତ ହେବା ପରେ ଯେଉଁ ନୂଆ ଗାଇଡଲାଇନ ଜାରି ହେବ ସମସ୍ତଙ୍କୁ ଏହା କଡ଼ାକଡି ପାଳନ କରିବାକୁ ହେବ। ଗାଇଡଲାଇନ ଉଲ୍ଲଂଘନରେ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟରେ ଗତ ଡିସେମ୍ବର ୨୫ରୁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ତେବେ ସରକାରଙ୍କ ଗାଇଡଲାଇନରେ କେଉଁ ସବୁ କଟକଣା ଲାଗୁ ହେବାକୁ ଯାଉଛି ଏବେ ତା ଉପରେ ସମସ୍ତଙ୍କ ନଜର।

ସ୍ୱାସ୍ଥ୍ୟ ସଚିବଙ୍କ ଅନୁସାରେ ରାଜ୍ୟର ୪୬ଟି ଜିଲ୍ଲାରେ ପୁଣି କରୋନା ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୯୩ ହଜାର ୮୯୬ ନମୁନା ଯାଞ୍ଚ ହୋଇଥିବା ବେଳେ ଏଥିରୁ ୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ସୋମବାର ତୁଳନାରେ ଦୁଇଗୁଣା ସଂକ୍ରମିତ ଚିହ୍ନଟ ହେବା ରାଜ୍ୟରେ ମହାମାରୀର ପ୍ରସାରକୁ ସଂକେତ କରୁଛି। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୩୯୨କୁ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ ଟିକାକରଣ ଓ ଚିକିତ୍ସା କ୍ଷେତ୍ରରେ ୟୁପିକୁ ଦେଶର ୧ ନମ୍ବର ରାଜ୍ୟ ବୋଲି କହୁଥିଲେ। ତେବେ ଅଚାନକ ରାଜ୍ୟକୁ ପୂର୍ଣ୍ଣ କୋଭିଡ ଘୋଷଣା କରିବା ଲୋକଙ୍କୁ ଆଚମ୍ବିତ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.