scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଆଦିପୁରୁଷ’କୁ ନେଇ ମୁହଁ ଖୋଲିଲେ ସରକାର, କହିଲେ- ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଧିକାର କାହାର ନାହିଁ

19/06/2023 at 4:33 PM

ନୂଆଦିଲ୍ଲୀ, ୧୯/୦୬: ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଆଦିପୁରଷ’ ରିଲିଜ୍‌ ପୂର୍ବରୁ ହିଁ ବିବାଦରେ ରହିଆସିଛି। ପ୍ରଥମେ ଫିଲ୍ମର ଟିଜର, ଗ୍ରାଫିକ୍ସ, ଚରିତ୍ରକୁ ନେଇ ବିବାଦ ହୋଇଥିବାବେଳେ ଏବେ ରିଲିଜ୍‌ ପରେ ଏହାର ଡାଇଲଗକୁ ନେଇ ବିବାଦରେ ରହିଛି। ପ୍ରକୃତରେ ଫିଲ୍ମର କିଛି ଡାଇଲଗକୁ ନେଇ ଦର୍ଶକ ନାପସନ୍ଦ କରିଛନ୍ତି। କୁହାଯାଉଛି ଯେ, ଫିଲ୍ମରେ ରାମାୟଣର ଚରିତ୍ରଙ୍କୁ ଭୁଲ୍‌ ଭାବରେ ଚିତ୍ରଣ କରାଯାଇଛି ଯାହାଦ୍ବାରା ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି। ଆଉ ଏବେ ଏହି ପ୍ରସଙ୍ଗରେ ସରକାର ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି।

ଧାର୍ମିକ ଭାବନାକୁ ଆଘାତ କରିବା କାହାର ଅଧିକାର ନୁହେଁ: ଅନୁରାଗ ଠାକୁର

ଆଦିପୁରୁଷକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ‘‘ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବା କାହାର ଅଧିକାର ନୁହେଁ। ସେନ୍ସର ବୋର୍ଡକୁ ଏହା ଉପରେ ନିଷ୍ପତ୍ତି ନେବ। ରିପୋର୍ଟ ମିଳିଛି ଯେ ନିର୍ମାତା ଫିଲ୍ମର ଡାଇଲଗ୍‌ ବଦଳାଇବାକୁ ପ୍ରସ୍ତୁତ।’’ ଅନୁରାଗ ଠାକୁର ଆହୁରି କହିଛନ୍ତି ସେ ନିଜେ ଏହାର ତଦାରଖ କରିବେ। ଯେପରି ଧାର୍ମିକ ଭାବନାକୁ କୌଣସି ଭାବରେ ଆଘାତ ନପହଞ୍ଚିବ।

ଆହୁରି ପଢ଼ନ୍ତୁ: ମାତ୍ର ୫ ମିନିଟ୍‌ ରୋଲ୍‌ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଛି ୧.୫ କୋଟି ଟଙ୍କା, ଭୁଲିଯିବେ ପ୍ରଭାସ-କ୍ରିତିଙ୍କ ଫି’

ଏହା ପୂର୍ବରୁ ଫିଲ୍ମ ଟିମ୍‌ ଏକ ବୟାନରେ କୁହିଥିଲା ଯେ, ଆଦିପୁରୁଷକୁ ଭଲ ରେସପନ୍ସ ମିଳିଛି ଆଉ ଫିଲ୍ମର ସବୁ ବୟସର ଦର୍ଶକଙ୍କୁ ପସନ୍ଦ ଆସିଛି। କିନ୍ତୁ କିଛି ଡାଇଲଗ୍‌ ଦର୍ଶକକୁ ଆଘାତ ପହଞ୍ଚାଇଛି। ଯାହାକୁ ପରିବର୍ତ୍ତିତ କରାଯିବା ନେଇ ଘୋଷଣା କରିଛନ୍ତି। ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆଦିପୁରୁଷ’ ଜୁନ୍‌ ୧୬ରେ ରିଲିଜ୍‌ ହୋଇଛି। ଫିଲ୍ମ ବକ୍ସ ଅଫିସ୍‌ରେ ମଧ୍ୟ ଭଲ ଆୟ କରିବାରେ ଲାଗିଛି। କିନ୍ତୁ ଫିଲ୍ମର ଡାଇଲଗ୍‌ ଲୋକଙ୍କୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହାର ବିରୋଧ କରାଯାଉଛି। ଏମିତିକି ଫିଲ୍ମ ବ୍ୟାନ୍‌ କରିବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ସାରା ବିଶ୍ଵରେ ରେକର୍ଡ କରୁଛି ‘ଆଦିପୁରୁଷ’, ୩ ଦିନରେ କଲା ଏତିକି କୋଟିର କଲେକସନ୍‌  

   Related Posts