ସରକାରଙ୍କ ନୂଆ ନିୟମକୁ ବିରୋଧ, ଆଇନ ବଦଳାଅ ନହେଲେ ଆଗାମୀ ଦିନରେ ୮ଜିଲ୍ଲାରେ ଲଘୁଖଣିଜ ପରିବହନ ବନ୍ଦ

Published By : Prameya-News7 Bureau | December 02, 2020 IST

ଭଦ୍ରକ ୦୨।୧୨:  ସରକାରଙ୍କ ନୂଆ ନିୟମକୁ ବିରୋଧ । ନିୟମକୁ ବିରୋଧ କରୁଛନ୍ତି ୮ଟି ଜିଲ୍ଲାର ଲଘୁଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟିପର , ଟ୍ରକ ଓ ହାଇୱା ମାଲିକ ସଂଘ । ଦାବି ପୂରଣ ନହେଲେ ଲଘୁଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟିପର , ଟ୍ରକ ଓ ହାଇୱା ଗୁଡିକ ପରିବହନ ବନ୍ଦ କରିବେ । ଏପିର ନିଷ୍ପତ୍ତି ନେଇଛି ଭଦ୍ରକ ଜିଲ୍ଲା ଟିପ୍ପର ସଂଘ

ଖବର ଅନୁଯାୟୀ, ରାଜ୍ୟ ସରକାରଙ୍କ ତରଫରୁ ବେଆଇନ ଲଘୁଖଣିଜ ଦ୍ରବ୍ୟ ପରିବହନ ହେଲେ ପରିବହନରେ ବ୍ୟବହାର ହୋଇଥିବା ଗାଡିର ମାଲିକଙ୍କୁ ଗିରଫ କରାଯିବା ସହ ଜୋରିମାନା ଲଗାଯାଉଛି ।  ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଯିବା ନେଇ ନିୟମ ହୋଇଥିବା କହିଛନ୍ତି ମାଲିକ । ତେବେ ସରକାର ଏହି ଆଇନ କୁ କୋହଳ କରିବା ସହ ବାଲିଖାଦାନ ଓ ମୋରମ ଖାଦାନ ଗୁଡିକରେ ଅନଲାଇନ ପରମିଟ  ବ୍ୟବସ୍ଥା ସହ ଖାଦାନ ଗୁଡିକରେ ଓଜନ କଣ୍ଟା ଲଗାଇବା ପାଇଁ ଦାବି ରଖିଛି ସଂଘ । ଏହାପରେ ଯେଉଁ ଖାଦାନ ଗୁଡିକ ବେଆଇନ ସେସବୁକୁ ଚିହ୍ନଟ କରାଯାଇ ନୋଟିସ ଲଗାଇବା ପାଇଁ ଦାବି ମଧ୍ୟ ହୋଇଛି ।  ସରକାର ଏହି ଦାବୀ ପୂରଣ ନକଲେ ୮ ଜିଲ୍ଲାର ଲଘୁଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟିପର , ଟ୍ରକ ଓ ହାଇୱା ଗୁଡିକ ପରିବହନ ଆଗାମୀ ଦିନରେ ବନ୍ଦ କରିବେ ବୋଲି ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.