ଦିଲ୍ଲୀରେ କେଜରିୱାଲ ସରକାରଙ୍କ ଚିନ୍ତା ବଢ଼ାଇଲା କୋଇଲା ଅଭାବ, କେନ୍ଦ୍ରର ସହଯୋଗ ଲୋଡିଲେ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

Published By : Prameya-News7 Bureau | April 28, 2022 IST

ନୂଆଦିଲ୍ଲୀ ୨୮।୪: ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଇ ଦେଉଥିବା ପାୱାର ପ୍ଲାଣ୍ଟ ମଧ୍ୟ କୋଇଲା ସଂକଟରୁ ମୁକ୍ତ ନୁହେଁ। ଗୁରୁତର ହେଉଥିବା କୋଇଲା ସଂକଟକୁ ନେଇ ଦିଲ୍ଲୀ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ସଚିବାଳୟରେ ଗୁରୁବାର ଜରୁରୀକାଳୀନ ବୈଠକ କରିଥିବାବେଳେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ସହରକୁ ବିଦ୍ୟୁତ ଯୋଗାଇ ଦେଉଥିବା ପାୱାର ପ୍ଲାଣ୍ଟକୁ ପର୍ଯ୍ୟାପ୍ତ କୋଇଲା ପହଞ୍ଚାଇବାକୁ ନିବେଦନ କରିଛନ୍ତି।

ଶକ୍ତିମନ୍ତ୍ରୀ ଜୈନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଦ୍ୟୁତ ଯୋଗାଇ ଦେଉଥିବା ଥର୍ମାଲ ପାୱାର ପ୍ଲାଣ୍ଟମାନଙ୍କରେ କୋଇଲାର ଗୁରୁତର ସଂକଟ ଦେଖା ଦେଇଛି। ନ୍ୟାସନାଲ ଥର୍ମାଲ ପାୱାର  କର୍ପୋରେସନ( ଏନଟିପିସି)ଙ୍କ ଦାଦରୀ-୨ ଓ ଝଝର( ଅରାବଳୀ) ପାୱାର ପ୍ଲାଣ୍ଟରୁ ମୁଖ୍ୟତଃ ଦିଲ୍ଲୀକୁ ବିଦ୍ୟୁତ ଯୋଗାଇ ଦିଆଯାଇଥାଏ। ଏହି ଦୁଇଟି ପାୱାର ପ୍ଲାଣ୍ଟକୁ ବିଶେଷ କରି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଇ ଦେବା ଲାଗି ସ୍ଥାପନା କରାଯାଇଥିଲା। ତେବେ ଏହି ଦୁଇ ଥର୍ମାଲ ପାୱାର ପ୍ଲାଣ୍ଟରେ  ଏବେ ମହଜୁଦ କୋଇଲା ପରିମାଣ ବହୁତ କମ୍ ଥିବା ଶକ୍ତିମନ୍ତ୍ରୀ କହିଛନ୍ତି।

{"id":621051,"width":838,"height":629,"sizeSlug":"full","linkDestination":"none"}

ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆନଗଲା ତେବେ ଦିଲ୍ଲୀ ମେଟ୍ରୋ ଓ ହସ୍ପିଟାଲଙ୍କୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବ ବୋଲି କୁହାଯାଇଛି।  ଦିଲ୍ଲୀକୁ ଦାଦରୀ-୨, ଉଁଚ୍ଚାହାର, କହଲଗାୱଁ, ଫରକ୍କା ଓ ଝଝର ପାୱାର ପ୍ଲାଣ୍ଟରୁ ଦୈନିକ୧୭୫୧ ମେଗାୱାଟ୍ ବିଦ୍ୟୁତ ଯୋଗାଣ ହୋଇଥାଏ। ଏଥିରେ ଦାଦରୀ-୨ ପାୱାର ପ୍ଲାଣ୍ଟ ସବୁଠୁ ଅଧିକ ୭୨୮ ମେଗାୱାଟ ବିଦ୍ୟୁତ ଯୋଗାଇ ଦେଉଥିବା ବେଳେ ଉଁଚ୍ଚାହାର ପାୱାର ପ୍ଲାଣ୍ଟରୁ ୧୦୦ ମେଗାୱାଟ୍ ବିଦ୍ୟୁତ ଯୋଗାଇ ଦେଇଥାଏ।

ଏଥିରେ ଦାଦରୀ-୨ରେ ଏବେ ଦିନକ ଲାଗି କୋଇଲା ମହଜୁଦ ଥିବା ବେଳେ ଉଁଚ୍ଚାହାରରେ ୨ ଦିନ, କହଲଗାଓଁରେ ସାଢେ୩ ଦିନ, ଫରକ୍କାରେ ୫ ଦିନ, ଝଝରରେ ୭-୮ ଦିନର କୋଇଲା ମହଜୁଦ ଅଛି। ଯଦି ସରିବା ପୂର୍ବରୁ କୋଇଲା ଯୋଗାଣ ନ ପହଞ୍ଚିଲା ତେବେ ଦିଲ୍ଲୀ ମେଟ୍ରୋ ଓ ହସ୍ପିଟାଲମାନଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇପାରେ। ଏଣୁ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ଦଖଲ ଦିଅନ୍ତୁ ବୋଲି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିବେଦନ କରିଛନ୍ତି।

{"id":621052,"width":838,"height":516,"sizeSlug":"full","linkDestination":"none"}

ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଇ ଦେଉଥିବା ଶକ୍ତି କେନ୍ଦ୍ରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତିକୁ ବେଶ ସଫଳ ମୁକାବିଲା କରି ଚାଲିଛନ୍ତି। ତେବେ ସହରର ଏକ ବିସ୍ତୃତ ଅଞ୍ଚଳରେ ଲୋକେ ଏବେ ପାୱାର କଟ୍‌ର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ସରକାର ପରିସ୍ଥିତି ଉପରେ ନଜର ରଖି ରହିଥିବା ବେଳେ ମୁକାବିଲା ଲାଗି ଯଥା ସମ୍ଭବ ଉଦ୍ୟମ ମଧ୍ୟ କରୁଛନ୍ତି। କୋଇଲା ସଂକଟର ସମ୍ମୁଖୀନ ହେଉଥିବା ପାୱାର ପ୍ଲାଣ୍ଟମାନେ ଏବେ ରାଜଧାନୀର ଦୈନିକ ଆବଶ୍ୟକତାର ୨୫ରୁ ୩୦ ପ୍ରତିଶତ ବିଦ୍ୟୁତ ଯୋଗାଇ ପାରୁଛନ୍ତି।

ଦିଲ୍ଲୀକୁ ବ୍ଲାକ୍‌ ଆଉଟ୍‌ରୁ ବଞ୍ଚାଇବାକୁ ହେଲେ ତଥା ଡିଏମଆରସି, ହସ୍ପିଟାଲ ଓ ଆଗାମୀ ଗ୍ରୀଷ୍ମରେ ନିରନ୍ତର ବିଦ୍ୟୁତ ଯୋଗାଇ ଦେବାରେ ଏହି ସବୁ ପାୱାର ପ୍ଲାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ସବୁ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ଯେପରି ବିଦ୍ୟୁତ ନିୟମିତ ମିଳିପାରିବ ସେଥିଲାଗି କେନ୍ଦ୍ର ସରକାର ମାମଲାରେ ତୁରନ୍ତ ଦଖଲ ଦେଇ ସଂକଟର ସମାଧାନ କରନ୍ତୁ ବୋଲି ଦିଲ୍ଲୀ ସରକାର ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.