scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦରବୃଦ୍ଧି ହ୍ରାସ ଦିଗରେ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ, ଖୁବ୍‌ଶୀଘ୍ର କମ୍ ହୋଇପାରେ ପେଟ୍ରୋଲ୍‌- ଡିଜେଲ୍‌ର ଦାମ୍‌

17/08/2023 at 7:03 PM

ନୂଆଦିଲ୍ଲୀ, ୧୭/୦୮: ଦେଶରେ ଜୁଲାଇରେ ଦରବୃଦ୍ଧି ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏମିତି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପାଇଁ ବର୍ତ୍ତମାନ ସମୟରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି। ଦରବୃଦ୍ଧି କମ୍ କରିବା ପାଇଁ ସରକାର ଚେଷ୍ଟା ମଧ୍ୟ ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ କୁହାଯାଉଛି ଯେ, ସରକାର ଖୁବ୍‌ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌କୁ କମାଇବା ପାଇଁ ଘୋଷଣା କରିପାରନ୍ତି। ଯାହାଦ୍ବାରା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିପାରେ।

ପ୍ରକୃତରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଟ୍ୟାକ୍ସରେ ଛାଡ଼ କରିବା ନେଇ ଯୋଜନା କରୁଛନ୍ତି। ଶେଷ ଥର ଟ୍ୟାକ୍ସ ଛାଡ଼ କରାଯାଇ ଚାରି ମହାନଗରରେ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ କମ୍ କରାଯାଇଥିଲା। ମେ ୨୧ରେ ଅର୍ଥମନ୍ତ୍ରୀ ଟ୍ୟାକ୍ସ କମ୍ କରିଥିଲେ। ତେବେ ଏଥର ମଧ୍ୟ ଏଭଳି କିଛି କରିବା ପାଇଁ ଯୋଜନା ରହିଛି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଛାଡ଼ ପରେ ରାଜ୍ୟଙ୍କ ଉପରେ ଭାଟ୍‌ କମ୍‌ କରିବାକୁ ଚାପ ପଡ଼ିବ । ବର୍ତ୍ତମାନ ସମୟରେ ପେଟ୍ରୋଲ ରେଟ୍‌ ଦେଶର ଅନେକ ସହରରେ ୧୦୦ ଟଙ୍କାରୁ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ରୁଷରୁ ଗହମ ଆମଦାନୀ କରିପାରେ ଭାରତ, ଦରବୃଦ୍ଧି ଉପରେ ଲଗାମ ପାଇଁ ଉଦମ୍ୟ…

ରିପୋର୍ଟ ଅନୁଯାୟୀ, ଫେଡରାଲ ଡେଫିସିଟ୍‌କୁ ଟାର୍ଗେଟକୁ ପ୍ରଭାବିତ ନକରି ଖାଦ୍ୟ ଏବଂ ତେଲ ଦର ବୃଦ୍ଧିକୁ ରୋକିବା ପାଇଁ ବିଭିନ୍ନ ମନ୍ତ୍ରାଳୟର ବଜେଟରୁ ୧ ଲକ୍ଷ କୋଟି ଟଙ୍କା ପୁନଃଆବଣ୍ଟନ କରିବା ପାଇଁ ଯୋଜନା ଉପରେ ବିଚାର କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି । ଯେଉଁଥିରେ ତେଲରୁ ସେଲ୍‌ ଟ୍ୟାକ୍ସ କମ୍ କରିବା ଏବଂ ଖାଇବା ତେଲ ଏବଂ ଗହମ ଉପରେ ଆମଦାନୀ ଶୁଳ୍କ କମ୍ କରିବା ସାମିଲ୍‌ ହୋଇପାରେ।

   Related Posts