ସରକାରଙ୍କ ବଡ଼ ନିଷ୍ପତ୍ତି : ଘରେ ବସି ଏବଂ କୈାଣସି କାଗଜପତ୍ର ଦାଖଲ ନକରି ମାତ୍ର ୫୯ମିନିଟରେ ପାଇବେ ୧କୋଟି ଟଙ୍କା ଋଣ

Published By : Prameya-News7 Bureau | September 26, 2018 IST

ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଥିବା ଗ୍ରାହକଙ୍କ ପାଇଁ ମୋଦି ସରକାର ଆଉ ଏକ ଖୁସୀଖବର ଆଣିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏବେ ଜନ ଧନ ଦର୍ଶକ ନାମକ ଏକ ଆପର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ସହାୟତାରେ ଘରେ ବସି ବସି ବହୁତ କାମ କରିହେବ। କେବଳ ସେତିକି ନୁହେଁ ଏମ୍.ଏସ୍.ଏମଇ ମନ୍ତ୍ରାଳୟର ଋଣ କାରବାର ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫଳରେ ଘରେ ବସି ମାତ୍ର ୫୯ମିନିଟରେ ୧କୋଟି ଟଙ୍କାର ଋଣ ହାସଲ କରିପାରିବେ ହିତାଧିକାରୀ। କେମିତି ମିଳିବ କୋଟିଏ ଟଙ୍କାର ଋଣ: ଏମଏସଏମଇ ଲୋନ୍ ପାଇଁ ଆପଣଙ୍କୁ ପ୍ରଥମେ online-msme.comକୁ ଯାଇ ଅନଲାଇନ୍ ଫର୍ମ ପୂରଣ କରିବାକୁ ହେବ। -ଏଠାରେ ଆଧାର,ପାନ୍,ମୋବାଇଳ୍ ନମ୍ବର ଏବଂ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଆଦି ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହେବ। -ଆପଣ କି ବ୍ୟବସାୟ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ କେତେ ପୁଞ୍ଜି ବିନିଯୋଗ ହେବ ସେ ସମ୍ପର୍କିତ ସମସ୍ତ ତଥ୍ୟ ମଧ୍ୟ ଏଠି ଦେବାକୁ ହେବ । -ଏହାପରେ ସରକାର ନିଷ୍ପତ୍ତି ନେବେ ଯେ,ଏହି ବ୍ୟବସାୟ ପାଇଁ ବାସ୍ତବରେ ଆପଣଙ୍କୁ କେତେ ଟଙ୍କା ଋଣ ମିଳିବ। -ଏହା ପରେ ପରେ ନିର୍ଦ୍ଧାରିତ ରାଶି ଆପଣଙ୍କ ଆକାଉଣ୍ଟକୁ ତୁରନ୍ତ ଟ୍ରାନ୍ସଫର୍ କରିଦିଆଯିବ। -ଏ ସମସ୍ତ ପ୍ରକ୍ରିୟା ପାଇଁ ଆପଣଙ୍କୁ ବ୍ୟାଙ୍କଯିବାର ଆବଶ୍ୟକତା ନାହିଁ ବା କୈାଣସି କାଗଜପତ୍ର ଦାଖଳ କରିବା ମଧ୍ୟ ଦରକାର ନାହିଁ। ଜନଧନ ଦର୍ଶକ ଆପ୍: -ଏହି ଆପ୍ ଜରିଆରେ ୨୦୫୫୦୭ଟି ଏଟିଏମ୍,୧୫୩୫୬୦ଟି ବ୍ୟାଙ୍କ୍ ଶାଖା,୧୫୧୨୩୧ଟି ଡାକଘର ସମ୍ପର୍କିତ ସବିଶେଷ ତଥ୍ୟ ଉପଲବ୍ଧ ହେବ। -ଏହା ମାଧ୍ୟମରେ ଯେକୈାଣସି ବ୍ୟାଙ୍କର IFSCକୋର୍ଡ ମଧ୍ୟ ଆପଣ ଜାଣିପାରିବେ। -ନିକଟରେ ଥିବା ଡାକଘର ଓ cscର ସୂଚନା ପାଇପାରିବେ। -୫କିଲୋମିଟର ମଧ୍ୟରେ ରହିଥିବା ବ୍ୟାଙ୍କ ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ। -ଗୁଗୁଲ ପ୍ଲେ ଷ୍ଟୋରରୁ ବିନା କୈାଣସି ଦେୟରେ ଏହି ଆପକୁ ଡାଉନଲୋଡ୍ କରିହେବ। -ଆଣ୍ଡ୍ରଏଡ୍ ମୋବାଇଳ୍ ୪.୩ ବା ତତୋଧିକ ସଂସ୍କରଣର ମୋବାଇଲରେ ଏହି ଆପ୍ ବ୍ୟବହାର ହୋଇପାରିବ। -ଆପଟି ଏବେ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ। -ଆପଟି ଯେହେତୁ ଜିପିଏସ୍ ବ୍ୟବସ୍ଥା ଦ୍ବାରା ପରିଚାଳିତ ତେଣୁ ଏଥିପାଇଁ ଅନ୍ୟୁନ ୩୯ଇଣ୍ଟରନେଟ୍ ଆବଶ୍ୟକ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତାକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରାଳୟକୁ ୨୪ଘଣ୍ଟିଆ ସେବାରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଜନଧନ ଆକାଉଣ୍ଟ ଖାତାରେ ମିଳୁଥିବା ୫୦୦୦ଟଙ୍କାରେ ଓଭରଡ୍ରାଫ୍ଟକୁ ଏବେ ବୃଦ୍ଧି କରି ୧୦,୦୦୦ଟଙ୍କା କରିଦିଆଯାଇଛି। ସେହିଭଳି ଜନଧନ ଯୋଜନା ଖାତା ପିଛା ରହିଥିବା ୧ଲକ୍ଷ ଟଙ୍କାର ଦୁର୍ଘଟଣା ବୀମାକୁ ଏବେ ୨ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବୀମା ପାଇଁ ଖାତା ପିଛା ମାତ୍ର ୪୭ପଇସା ପ୍ରିମିୟମ୍ ଆକାରରେ ନିଆଯାଇଥାଏ। ସର୍ବୋପରି ବିନା କୈାଣସି ସର୍ତ୍ତରେ ଜନଧନ ଖାତାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ଉଠାଣ ଆନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.