ଖୁସି ଖବର! ମୋଦି ସରକାର ମଧ୍ୟବିତ୍ତଙ୍କୁ ମଧ୍ୟ ଦେବେ ୫ ଲକ୍ଷ ଟଙ୍କାର ନିଶୁଳ୍କ ଚିକିତ୍ସା ସୁବିଧା

Published By : Prameya-News7 Bureau | September 03, 2022 IST

ନୂଆଦିଲ୍ଲୀ ୩।୯: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣ ଲାଗି ବିଚାର କରୁଛନ୍ତି ମୋଦି ସରକାର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅଧିକାରୀଙ୍କ ଅନୁସାରେ ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ମାମୁଲି ପ୍ରିମିୟମରେ  ସାମିଲ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଫଳରେ ଦେଶର ମଧ୍ୟମ ଆୟକାରୀ ବର୍ଗଙ୍କୁ ମଧ୍ୟଏବେ ଏହି ଯୋଜନାର ଲାଭ ମିଳିପାରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନାରେ ୧୦.୭୪ କୋଟି ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶୁଳ୍କ ଚିକିତ୍ସା ସୁବିଧା ମିଳି ପାରୁଛି। ତେବେ ଏହି ଯୋଜନାର ସମ୍ପ୍ରସାରଣ କରାଗଲେ ସେପରି ଲୋକଙ୍କୁ ଯୋଜନାର ଲାଭ ମିଳିପାରିବ ଯେଉଁମାନେ ଏହି ଯୋଜନାକୁ ଆବଶ୍ୟକ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

{"id":679885,"sizeSlug":"full","linkDestination":"none"}

ଯୋଜନାକୁ ଏବେ ମାମୁଲି ପ୍ରିମିୟମରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା କରାଯାଉଛି। ଦେଶର ମଧ୍ୟମ ଆୟକାରୀ ବର୍ଗ ଯେଉଁମାନେ ନା ଗରିବଙ୍କ ସୂଚୀରେ ଆସୁଛନ୍ତି ନା ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସଞ୍ଚୟ ଅଛି ଏପରି ଲୋକଙ୍କ ପ୍ରତି ଏବେ ଧ୍ୟାନ ଦେବା ଜରୁରି ହୋଇପଡିଛି। ମଧ୍ୟମ ଆୟାକାରୀ ବର୍ଗଙ୍କୁ  ସ୍ୱାସ୍ଥ୍ୟ ବୀମା ଯୋଜନାରେ କଭର କରିବା ପାଇଁ ବିଚାର କରାଯାଉଥିବା ଅଧିକାରୀ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଏହି ଯୋଜନା ଏବେ ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ କଭର କରୁଛି। ଏଥିଲାଗି ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ୧୨ଶହରୁ ୧୩ଶହ ଟଙ୍କା ପର୍ଯ୍ୟନ୍ତ ବନ୍ଧା ଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାର ୬୦:୪୦ ଅନୁପାତରେ ଏହି ପ୍ରିମିୟମ ଜମା କରୁଛନ୍ତି।

ଦେଶରେ ଏପରି ଲୋକେ ଅଛନ୍ତି ଯେଉଁମାନେ ବାର୍ଷିକ ୧ ଲକ୍ଷ ଟଙ୍କା ଆୟ କରୁଛନ୍ତି, ଏପରିବି ଲୋକେ ଅଛନ୍ତି ଯେଉଁମାନେ ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଲୋକେ ଆହୁରି ଅଧିକ ଆୟ ମଧ୍ୟ କରୁଛନ୍ତି ହେଲେ ନିକଟରୁ ଦେଖିଲେ  ମେଡିକାଲ ବାବଦ ଖର୍ଚ୍ଚ ବହନ କରିବାକୁ ଏମାନେ ଅକ୍ଷମ। ଏଣୁ ହିତାଧିକାରୀଙ୍କ ସୂଚୀକୁ ସମ୍ପ୍ରସାରଣ କରିବା ଜରୁରି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.