ଦେବାଳିଆ ଆଇନ୍‌ରେ ସଂଶୋଧନ କରିବେ ସରକାର

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ଷ୍ଟ୍ରେସ୍‌ଡ ଆସେଟ(ଦୀର୍ଘଦିନ ଧରି ବାକିଥିବା ସମ୍ପତ୍ତି ଓ ଟଙ୍କା)ରେ ରିଜୋଲ୍ୟୁସନ(ସମାଧାନ) ପ୍ରକ୍ରିୟାରେ ଲାଗୁଥିବା ସମୟକୁ କମ କରିବାକୁ ଇନସଲଭେନ୍ସି ଆଇନ୍‌(ଦେବାଳିଆ ଆଇନ୍)ରେ ସଂଶୋଧନ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏକ ବରିଷ୍ଠ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରିଜୋଲ୍ୟୁସନ ପ୍ରୋସେରେ ବିଳମ୍ବ ହେଉଥିବାରୁ ଏହି ସମ୍ପତ୍ତିର ମୂଲ୍ୟ ହ୍ରାସ ହେଉଛି। ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଛି। ଏନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସୀ କୋଡ(IBC)ରେ ସଂଶୋଧନ ପ୍ରସ୍ତାବକୁ ଆସନ୍ତା ବର୍ଷ ବଜେଟ୍ ସେସନ ଆରମ୍ବରେ ଏହି ପ୍ରସ୍ତାବ ଅଣାଯିବ। କହି ରଖୁଛୁ ଯେ ଷ୍ଟ୍ରେସ୍‌ଡ ଆସେଟର ସମାଧାନ ପାଇଁ ୨୦୧୬ ଆଇବିସି ଆଇନ୍ ଅଣାଯାଇଥିଲା।   

ମକଦମା ଯୋଗୁ ଷ୍ଟ୍ରେସ୍‌ଡ ଆସେଟର ସମାଧାନରେ ଲାଗୁଛି ସମୟ।

ବିଭିନ୍ନ ପକ୍ଷରୁ ଏନେଇ ଚିନ୍ତା ପ୍ରକଟ କରିବାରୁ ଆଇନ୍‌ରେ ସଂଶୋଧନ କରିବାକୁ କର୍ପୋରେଟ ଏଫେୟାର୍ସ ମନିଷ୍ଟ୍ରୀ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରାଳୟକୁ ମିଳିଥିବା ଅଭିଯୋଗରେ କୁହାଯାଇଛି ଯେ କେତେକ କର୍ପୋରେଟର ଇନସଲଭେନ୍ସି ରିଜୋଲ୍ୟୁସନ ପ୍ରୋସେସ ମାମଲା ଓ ଅନ୍ୟ ପ୍ରସଙ୍ଗ କାରଣରୁ ନିର୍ଦ୍ଧାରିତ ସମୟ ଭିତରେ ହୋଇପାରୁନି। ଏଥିପାଇଁ ବେଶି ସମୟ ଲାଗୁଛି।

ଏଣୁ ନିୟମରେ ସଂଶୋଧନର ଆବଶ୍ୟକତା ପଡ଼ୁଛି। ଏନେଇ ଓକିଲ ଓ ବ୍ୟାଙ୍କରଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ଚାଲିଛି। ଆସନ୍ତା ଦିନଗୁଡ଼ିକରେ ଏହି ନିୟମରେ ପରିବର୍ତ୍ତନ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.