ହ୍ରାସ ହୋଇପାରେ ଚାଉଳ ଦର, ହରଡ ଡାଲି ବି ହେବ ଶସ୍ତା, ଖାଦ୍ୟ ଓ ଯୋଗାଣ ବିଭାଗ କରୁଛନ୍ତି ଉପାୟ

Published By : Prameya-News7 Bureau | December 22, 2023 IST

ନୂଆଦିଲ୍ଲୀ ୨୨।୧୨: ଘରୋଇ ବଜାରରେ ଅଣ ବାସୁମତି ଚାଉଳ ଦର ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ଆରମ୍ଭ କରି ଦିଆଯାଇଛି। ଚାଉଳ ଉଦ୍ୟୋଗ ସଂଘକୁ ଦର ନିମ୍ନ ସ୍ତରକୁ ଆଣିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏଣୁ ଚାଉଳ ଦର ହ୍ରାସ ହୋଇପାରେ ବୋଲି ଆକଳନ କରାଯାଉଛି। କେବଳ ଚାଉଳ ନୁହେଁ ସାଙ୍ଗକୁ ଡାଲି ଦର ମଧ୍ୟ ହ୍ରାସ ହେବ। ଗତ ୨ ବର୍ଷରେ ଚାଉଳ ଦର ପାଖାପାଖି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଏହାକୁ ଦେଖି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ସଞ୍ଜିବ ଚୋପ୍ରା ଅଣ ବାସୁମତି ଚାଉଳ ପ୍ରସଂସ୍କରଣ ଉଦ୍ୟୋଗ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି।

ଏହି ବୈଠକରେ ସଚିବ ସଂଘ ସଦସ୍ୟଙ୍କ ବୈଠକ କରି ଖୁଚୁରା ଦର ତତ୍କାଳ ପ୍ରଭାବରେ ହ୍ରାସ  ସୁନିଶ୍ଚିତ କରିବାକୁ ପ୍ରତନିଧିଙ୍କୁ କହିଛନ୍ତି। ଏହି ବୈଠକରେ ସଚିବ ରପ୍ତାନୀ ପ୍ରତିବନ୍ଧକ ଓ ଭଲ ଫସଲ ସତ୍ତ୍ୱେ ମୂଲ୍ୟବୃଦ୍ଧିର କାରଣ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏଥିରେ ଲାଭଖୋରୀ ଓ କଳାବଜାରୀକୁ ମୁକାବିଲା କରାଯିବ ବୋଲି ମଧ୍ୟ ସତର୍କ କରିଛନ୍ତି। ଭାରତୀୟଖାଦ୍ୟ ନିଗମ (ଏଫସିଆଇ) ଚାଉଳ ପ୍ରସଂସ୍କରଣ ଉଦ୍ୟୋଗକୁ ପର୍ଯ୍ୟାପ୍ତ ମାତ୍ରାରେ ଉତ୍ତମ ମାନର ଚାଉଳ ଷ୍ଟକ୍ ଥିବାର ସୂଚିତ କରିଛନ୍ତି।

{"id":886395,"width":841,"height":629,"sizeSlug":"full","linkDestination":"none"}

ଏହି ଚାଉଳ ଭଣ୍ଡାରକୁ କେଜି ପିଛା ୨୯ ଟଙ୍କାର ସଂରକ୍ଷିତ ମୂଲ୍ୟରେ ବିକ୍ରି କରାଯାଉଥିବାର ମଧ୍ୟ କହିଛନ୍ତି। ଏଣୁ ଖୋଲା ବଜାର ବିକ୍ରି ଯୋଜନାରେ ବ୍ୟବସାୟୀ ଏଫସିଆଇରୁ ଚାଉଳ ନେଇ ଖାଉଟିଙ୍କୁ ଉଚିତ ଲାଭ ରଖି ବିକ୍ରି କରିପାରିବେ ବୋଲି ମଧ୍ୟ କହିଛନ୍ତି। ସେହିପରି ଡାଲି ଉପଲବ୍ଧତାରେ ସୁଧାର ଓ ଚାହିଦା ହ୍ରାସ ଯୋଗୁ ଫେବୃଆରୀ ସୁଦ୍ଧା ହରଡ ଡାଲି ଦରରେ ୧୮ ପ୍ରତିଶତରୁ ଅଧିକ ହ୍ରାସ ହୋଇପାରେ ବୋଲି ଆକଳନ କରାଯାଇଛି।  ନଭେମ୍ବର ମାସରେ ହରଡ ଡାଲି କେଜି ପିଛା ୧୬୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଏବେ ମୂଲ୍ୟ ହ୍ରାସ ପରେ କେଜି ପିଛା ଦର ୧୩୦ ଟଙ୍କାକୁ ପହଞ୍ଚିବ ବୋଲି କୁହାଯାଇଛି।

ଉତ୍ପାଦନ ହ୍ରାସ ଯୋଗୁ ଡାଲି ଦର ଗତ ବର୍ଷରୁ ବଢିକି ରହିଛି। ତେବେ ଡିସେମ୍ବର ୧୮ ତାରିଖରେ ଡାଲିଦର କେଜି ପିଛା ପାଖାପାଖି ୨ଟଙ୍କା ୫୦ ପଇସା ଶସ୍ତା ହୋଇଛି। ଏବେ ଦେଶରେ ଡାଲି ଅଭାବ ଦୂର କରିବା ପାଇଁ ମୋଜାମ୍ବିକ, ଋଷିଆ ଓ ଅଷ୍ଟ୍ରେଲିଆରୁ ଡାଲି ଆମଦାନୀ ହେଉଛି। ଗତ ଡିସେମ୍ବର ୮ରେ ସରକାର ନ୍ୟୁନତମ ଆମଦାନୀ ମୂଲ୍ୟ ଓ ବନ୍ଦର କଟକଣା ମଧ୍ୟ ହଟାଇ ଦେଇଛନ୍ତି। ଯାହା ଦ୍ୱାରା ଡାଲି ଦର ମଧ୍ୟ ଏବେ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।

ଚିନ୍ତା ବଢ଼ାଇଲା ଚାଉଳ: ୧୫ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମୂଲ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.